ମାଓ ପ୍ରବଣ ସୁକୁମା ଜିଲ୍ଲାରେ ନକ୍ସଲ୍‌ ଏନ୍‌କାଉଣ୍ଟର୍‌: ଗୁଳି ଚୋଟରେ ସିଆର୍‌ପିଏପ୍‌ ଯବାନ ସହିଦ

ନୂଆଦିଲ୍ଲୀ: ଗତ ରାତିରେ ଛତିଶଗଡ଼ ଅନ୍ତର୍ଗତ ମାଓ ପ୍ରବଣ ସୁକୁମା ଜିଲ୍ଲାରେ ମାଓବାଦୀଙ୍କ ସହ ଗୁଳି ବିନିମୟ ସମୟରେ ୨୧୨ ବାଟାଲିୟନ୍‌ ସେଣ୍ଟ୍ରାଲ୍‌ ରିଜର୍ଭ ପୋଲିସ୍‌ ଫୋର୍ସର ଜଣେ ଯବାନ ଗୁଳି ଚୋଟରେ ପ୍ରାଣ ହରାଇଛନ୍ତି।

ସମ୍ପୃକ୍ତ ଅଞ୍ଚଳରେ କଂବିଙ୍ଗ୍‌ ଅପରେସନ୍‌ ଚାଲିଥିବା କଥା ଆଜି ପୁଲିସ କହିଛି।

ଗତ ରାତିରେ କିସ୍ତାରାମ ଥାନା ଅଞ୍ଚଳରେ ଗୁଳି ବିନିମୟ ଘଟିଥିଲା। ସେଠାରେ ସିଆର୍‌ପିଏଫ୍‌ର ୨୧୨ ବାଟାଲିୟନ୍‌ ସର୍ଚ-କମ୍‌-ଏରିଆ ଅପରେସନ୍‌ ଚଳାଇଥିବା କଥା ଡେପୁଟି ଇନ୍‌ପେକ୍ଟର୍‌ ଜେନେରାଲ୍‌ ଅଫ୍‌ ପୋଲିସ୍‌ (ଦକ୍ଷିଣ ବସ୍ତର୍‌ ରେଞ୍ଜ୍‌) ସୁନ୍ଦରରାଜ ପି କହିଛନ୍ତି।

ଗୁଳି ବିନିମୟରେ ସହିଦ ହୋଇଥିବା ଯବାନ ଜଣକ ମଧ୍ୟପ୍ରଦେଶ ବାସିନ୍ଦା। ତାଙ୍କର ପାର୍ଥିବ ଅବଶେଷ କିସ୍ତାରାମ କ୍ୟାମ୍ପ୍‌କୁ ଅଣାଯିବା ପରେ ବିମାନ ଯୋଗେ ରାୟପୁର ନିଆଯିବ।

ରାଜ୍ୟର ରାଜଧାନୀ ରାୟପୁର ଠାରୁ ୫୦୦ କିଲୋମିଟର୍‌ ଦୂରବର୍ତ୍ତୀ ଅଞ୍ଚଳରେ ନିରାପତ୍ତା ବଳ କଂବିଙ୍ଗ୍‌ ଅଭିଯାନ ଚଳାଇଛନ୍ତି।

ସମ୍ବନ୍ଧିତ ଖବର