ମୁଁ ତାଙ୍କୁ କଦାପି ‘ମୋଟୁ ଓ ଗେଡୁ’ କହିବି ନାହିଁ: କିମ୍ ଜୋଙ୍ଗ୍ ଉନ୍ଙ୍କ ପ୍ରତି ଟ୍ରମ୍ପ୍ଙ୍କ କଟାକ୍ଷ
ହାନୋଇ: ଉତ୍ତର କୋରିଆର କିମ୍ ଜୋଙ୍ଗ୍ ଉନ୍ଙ୍କୁ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ ଟ୍ରମ୍ପ୍ ସ୍କୁଲ୍ ପିଲାଙ୍କ ପରି ବିଦ୍ରୂପ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଦକ୍ଷିଣ କୋରିଆରେ ଟ୍ରମ୍ପ୍ଙ୍କ ଭାଷଣକୁ ଉତ୍ତର କୋରିଆ ଜଣେ ବୃଦ୍ଧ ପାଗଳର ଦାୟିତ୍ୱହୀନ ମନ୍ତବ୍ୟ ବୋଲି କହିଥିବା କଥାର ଉତ୍ତର ଦେଇ ରବିବାର ସକାଳେ ହାନୋଇରୁ ଟ୍ରମ୍ପ୍ ଟୁଇଟ୍ କରିଛନ୍ତି: ମୁଁ ତାଙ୍କୁ କଦାପି ‘ଗେଡୁ ଓ ମୋଟୁ’ ନ କହିଥିବାବେଳେ କିମ୍ ଜୋଙ୍ଗ୍-ଉନ୍ କାହିଁକି ବୁଢ଼ା ବୋଲି କହି ମତେ ଅପମାନିତ କରିବେ?
ଆହୁରି ରହସ୍ୟ କରି ଟ୍ରମ୍ପ୍ କହିଛନ୍ତି: ଆଚ୍ଛା, ମୁଁ ତାଙ୍କ ବନ୍ଧୁ ହେବା ପାଇଁ ଖୁବ୍ ଚେଷ୍ଟା କରୁଛି- କୌଣସି ଦିନ ତାହା ସମ୍ଭବ ହୋଇପାରେ!
ଏସିଆ ଗସ୍ତରେ ଆସି ଟ୍ରମ୍ପ୍ ଉତ୍ତର କୋରିଆର ଆଣବିକ ଅସ୍ତ୍ର କାର୍ଯ୍ୟକ୍ରମ ବିରୋଧରେ ଜାଗତିକ ଚାପ ପକାଇବାକୁ ଉଦ୍ୟମ ଚଳାଇଛନ୍ତି। ମଙ୍ଗଳବାର ଦିନ ଦକ୍ଷିଣ କୋରିଆର ଜାତୀୟ ବିଧାନସଭାରେ ଏକ କଡ଼ା ଭାଷଣ ସେଥିରେ ଅନ୍ତର୍ଭୁକ୍ତ। ସେଥିରେ ସେ କହିଥିଲେ: ଆମ କଥାକୁ ବୁଝୁ ନାହଁ। ଆଉ ବୁଝିବାକୁ ଚେଷ୍ଟା କରନାହିଁ…। ତୁମେ ଅକ୍ତିଆର କରୁଥିବା ଅସ୍ତ୍ରଶସ୍ତ୍ର ତୁମକୁ ନିରାପଦ ରଖୁନାହିଁ, ସେସବୁ ତୁମ ରାଜତ୍ୱକୁ ଘୋର ବିପତ୍ତିରେ ପକାଉଛି। ଏହି ଅନ୍ଧକାର ରାସ୍ତାରେ ତୁମେ ଯେତେ ପାଦ ଯାଉଥିବ ତୁମେ ସମ୍ମୁଖୀନ ହେଉଥିବା ବିପଦ୍ ବଢୁଥିବ।
ଏହାର ଉତ୍ତରରେ ଉତ୍ତର କୋରିଆର ବୈଦେଶିକ ମନ୍ତ୍ରାଳୟ ଏକ ବିବୃତିରେ କହିଥିଲା: ଟ୍ରମ୍ପ୍ଙ୍କ ପରି ଜଣେ ପାଗଳ ବୁଢ଼ାର ଦାୟିତ୍ୱହୀନ ମନ୍ତବ୍ୟ ଆମକୁ ଡରାଇ ପାରିବ ନାହିଁ କି, ଆମ ଅଗ୍ରଗତିରେ ବାଧା ଦେଇ ପାରିବ ନାହିଁ।