ମେ ୫ ତାରିଖରେ ବାହା ହେବାକୁ ସ୍ଥିର କରିଥିବା ଅବୁ ସାଲେମ୍‌ଙ୍କ ପାରୋଲ୍‌ ଆବେଦନ ଖାରଜ

ମୁମ୍ବାଇ: ୧୯୯୩ ମସିହା ମୁମ୍ବାଇ ସିରିଏଲ୍‌ ବିସ୍ଫୋରଣରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅବୁ ସାଲେମ୍‌ଙ୍କର ପାରୋଲ୍‌ ଆବେଦନକୁ ମୁମ୍ବାଇର କର୍ତ୍ତୃପକ୍ଷମାନେ ଖାରଜ କରିଛନ୍ତି। ମୁମ୍ବାଇ ବିସ୍ଫୋରଣ ଯୋଗୁଁ ୨୫୦ ଜଣ ଜୀବନ ହରାଇଥିଲେ।

ମେ ୫ ତାରିଖ ଦିନ ସୟେଦ୍‌ ବାହାର୍‌ କୌସାର୍‌ ଓରଫ୍‌ ହୀନାଙ୍କୁ ବାହା ହେବା ପାଇଁ ସାଲେମ୍‌ ୪୫ ଦିନ ପାରୋଲ୍‌ରେ ଯିବା ପାଇଁ ଆବେଦନ କରିଥିଲେ।

୨୦୧୪ରେ ୨୭ ବର୍ଷୀୟ ମୁମ୍ବ୍ରା ନାରୀ ହୀନା ସାଲେମ୍‌ଙ୍କ ସହ ମୁମ୍ବାଇରୁ ଲକ୍ଷ୍ନୌ ଯାତ୍ରା କରି ଗଣମାଧ୍ୟମରେ ଚର୍ଚ୍ଚିତା ହୋଇଥିଲେ।

ଅଦାଲତ ଶୁଣାଣି ପାଇଁ ସାଲେମ୍‌ଙ୍କୁ ପୁଲିସ ପହରା ମଧ୍ୟରେ ଲକ୍ଷ୍ନୌ ନେବା ସମୟରେ ତାଙ୍କୁ ଫୋନ୍‌ ଯୋଗେ ବାହା ହୋଇଥିବା କଥା ଦାବି କରିଥିଲେ।

ଶୁକ୍ରବାର ଦିନ ଦାଖଲ କରାଯାଇଥିବା ସାଲେମ୍‌ଙ୍କ ଆବେଦନକୁ ନଓ୍ଵି ମୁମ୍ବାଇ କମିସନର୍‌ ଖାରଜ କରି ଦେଇଛନ୍ତି। ଗତ ବର୍ଷ ସ୍ୱତନ୍ତ୍ର ଅଦାଲତ ତାଙ୍କୁ ଯାବଜ୍ଜୀବନ କାରାଦଣ୍ଡ ଦେବା ପରେ ସମ୍ପ୍ରତି ସାଲେମ୍‌ ତାଲୋଜା ଜେଲ୍‌ରେ ଅଛନ୍ତି।

ସାଲେମ୍‌ଙ୍କ ଆବେଦନ ଖାରଜ ହୋଇଥିବା କଥା ତାଲୋଜା ଜେଲ୍‌ ସୁପରିଣ୍ଟେଣ୍ଡେଣ୍ଟ୍‌ ଗଣମାଧ୍ୟମକୁ କହିଛନ୍ତି।

ସମ୍ବନ୍ଧିତ ଖବର