ଲାଲୁଙ୍କ ପାରୋଲ ବୃଦ୍ଧି ଆବେଦନକୁ ରଦ୍ଦ କଲେ ଝାଡ଼ଖଣ୍ଡ ହାଇକୋର୍ଟ; ଅଗଷ୍ଟ ୩୦ ସୁଦ୍ଧା ଆତ୍ମସମର୍ପଣ କରିବାକୁ ନିର୍ଦେଶ

ପାଟନା: ଅଗଷ୍ଟ ୩୦ ତାରିଖ ସୁଦ୍ଧା ଆତ୍ମସମର୍ପଣ କରିବାକୁ ରାଷ୍ଟ୍ରୀୟ ଜନତା ଦଳର ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଶୁକ୍ରବାର ଦିନ ଝାଡ଼ଖଣ୍ଡ ହାଇକୋର୍ଟ ଆଦେଶ ଦେଇଛନ୍ତି। ମେଡିକାଲ୍‌ ଗ୍ରାଉଣ୍ଡ୍‌ରେ ଆଉ ତିନି ମାସ ଜାମିନ ଆବେଦନ ବଢ଼ାଇବାକୁ ଲାଲୁ କରିଥିବା ଆବେଦନକୁ ଅଦାଲତ ନାକଚ କରି ଦେଇଛନ୍ତି।

ଆର୍‌ଜେଡି ମୁଖ୍ୟଙ୍କ ଓକିଲ କହିଲେ: ଏଥର ସେ ରାଞ୍ଚିସ୍ଥିତ ରାଜେନ୍ଦ୍ର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ରେ ଚିକିତ୍ସା ହେବେ। ସମ୍ପ୍ରତି ମୁମ୍ବାଇର ଏସିଆନ୍‌ ହାର୍ଟ ଇନ୍‌ଷ୍ଟିଚ୍ୟୁଟ୍‌ରେ ଚିକିତ୍ସାଧୀନ ଲାଲୁଙ୍କୁ ସେଠାରୁ ଅଣାଯିବ।

ଗୋଖାଦ୍ୟ ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହେବା ପରେ ଲାଲୁ ପ୍ରସାଦ ଯାଦବ ରାଞ୍ଚିର ବିର୍ଶା ମୁଣ୍ଡା କେନ୍ଦ୍ରୀୟ କାରାଗାରରେ କାରାଦଣ୍ଡ ଭୋଗୁଛନ୍ତି। ଡିସେମ୍ବର ୨୩, ୨୦୧୭ରେ ସେ କାରାଗାରରେ ପଶିଥିଲେ।

ସମ୍ବନ୍ଧିତ ଖବର