ଶେଷ ହେଲା ‘ହାଓଡ଼ି ମୋଦୀ’ କାର୍ଯ୍ୟକ୍ରମ: ରାଷ୍ଟ୍ରପତି ଟ୍ରମ୍ପଙ୍କ ଉପସ୍ଥିତିରେ ପାକିସ୍ତାନକୁ କଡା ସମାଲୋଚନା କଲେ ମୋଦୀ

ହଷ୍ଟନ: ଶେଷ ହୋଇଛି ବହୁଚର୍ଚ୍ଛିତ ହାଉଡି ମୋଦୀ କାଯ୍ୟକ୍ରମ । ଆମେରିକାର ହଷ୍ଟନରେ ଏକତ୍ରିତ ହୋଇଥିବା ୫୦ ହଜାରୁ ଅଧିକ ଭାରତୀୟ – ଆମେରେକୀୟଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମୁଖରରେ ପାକିସ୍ତାନକୁ କଡା ସମାଲୋଚନା କରିବା ସହ ଆତଙ୍କବାଦର ମୂଳୋଉତ୍ପାଟନ କରିିବାଲାଗି ଆହ୍ବାନ ଦେଇଛନ୍ତି । ଏଥିସହ କାଶ୍ମୀର ପ୍ରସଙ୍ଗ ଉଠାଇ ଧାରା ୩୭୦ ଉଚ୍ଚେଦକୁ ଭାରତୀୟ ସଂସଦର ଏୗତିୖହାସିକ ନିଷ୍ବତ୍ତି ବୋଲି କହିଛନ୍ତି । ଏଥି ଲାଗି ଦେଶର ସମସ୍ତ ସାସଂଦଙ୍କୁ ଠିଆ ହୋଇ ସମ୍ନାନ ଜଣାଇବାକୁ ଉପସ୍ଥିତ ସମସ୍ତଙ୍କୁ ଆହ୍ବାନ ଜଣାଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଏଥିସହ ସେ କହିଥିଲେ ୧୩୦ କୋଟି ଭାରତୀୟଙ୍କ ସମର୍ଥନ ବିନା ମୁ କିଛି ନୁହେଁ । ଏହି କାର୍ଯ୍ୟକ୍ରର୍ମର ଶେଷରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟକ୍ତିଗତ ଅନୁରୋଧରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସମଗ୍ର ଷ୍ଟାଡିୟମ ପ୍ରରିକ୍ରମା କରି ଉପସ୍ଥିତ ଲୋକମାନଙ୍କୁ ଅଭିବାଦନ ଜଣାଇଥିଲେ । ଏହି ଦୃଶ୍ୟ ଅତ୍ୟନ୍ତ ଚିତ୍ତାକର୍ଷକ ଥିଲା ।

ହାଉଡି ମୋଦୀର ଅର୍ଥ ହେଉଛି ମୋଦୀ କିପରି ଅଛ ? କିନ୍ତୁ ମୋଦି ଏକ ସାଧାରଣ ବ୍ୟକ୍ତି,ସେ ୧୩୦ କୋଟି ଜନତାଙ୍କ ପ୍ରତିନିଧି । ଏଣୁ ହାଉଡି ମୋଦୀର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଆ ସମେତ ବିଭିନ୍ନ ଭାରତୀୟ ଭାଷାରେ ଉତ୍ତର ଦେଇ କହିଛନ୍ତି ଯେ ଭାରତରେ ସବୁ ଭଲ ଅଛି ।
ଆମେରିକାର ଟେକ୍ସାସ ରାଜ୍ୟ ହ୍ୟୁଷ୍ଟନ ନଗରୀରେ ଅନୁଷ୍ଠିତ ମେଗା କାର୍ଯ୍ୟକ୍ରମ ହାଉଡି ମୋଦୀ କାର୍ଯ୍ୟକ୍ରମରେ ଯୋଗଦେଇ ମୋଦୀ କହିଛନ୍ତି ଯେ ଟ୍ରମ୍ପ ହେଉଛନ୍ତି ଭାରତର ପ୍ରକୃତ ମିତ୍ର । ହ୍ୱାଇଟ୍ ହାଉସରେ ଭାରତର ଜଣେ ପ୍ରକୃତ ମିତ୍ର ଅଛନ୍ତି । ଟେକ୍ସାସ ସରକାର ପ୍ରତିକୂଳ ପାଗରେ ମଧ୍ୟ ଏପରି ଆୟୋଜନରେ ସହଯୋଗ କରିଥିବାରୁ ସେ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି ଯେ ଆମେରିକାରେ ଥିବା ପ୍ରବାସୀ ଭାରତୀୟ ଭାରତର ପ୍ରତିନିଧି । ଆାଗମୀ କିଛି ଦିନରେ ଦୁଇଦେଶ ମଧ୍ୟରେ କେତେକ ଗୁରୁତ୍ବପୂର୍ଣ୍ଣ ଚୁକ୍ତି ସ୍ବାକ୍ଷରିତ ହେବ । ଦୁଇଦେଶ ଏକାଠି ହୋଇ ଆଗକୁ ବଢିବେ । ସେ ମଧ୍ୟ ଟ୍ରମ୍ପଙ୍କୁ ସପରିବାର ଭାରତ ଆମନ୍ତ୍ରଣ କରିଛନ୍ତି ।

ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲï ଟ୍ରମ୍ପ କହିଛନ୍ତି ଯେ ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଆମେରିକୀୟ ନାଗରିକମାନେ ଆମେରିକାର ବିକାଶ ଦିଗରେ ଗୁରୁତ୍ୱପୂଣ୍ଣ ଯୋଗଦାନ ଦେଇଚାଲିଛନ୍ତି । ଭାରତୀୟ କମ୍ପାନିମାନେ ଲକ୍ଷ ଲକ୍ଷ ଆମେରିକୀୟଙ୍କୁ ନିଯୁକ୍ତି ଦେଇଛନ୍ତି । ୨୦୧୮ ଜେଏସଡବ୍ଲୁ ଷ୍ଟିଲ ଆମେରିକାର ଓହାଇଓ ରାଜ୍ୟରେ ଷ୍ଟିଲ ପ୍ଲାଣ୍ଟ କରିବାକୁ ଘୋଷଣା କରିଛି ବୋଲି ଟ୍ରମ୍ପ କହିଛନ୍ତି । ହାଉଡି ମୋଦୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଟ୍ରମ୍ପ କହିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ଟେକ୍ସାସ ସମେତ ସମଗ୍ର ଆମେରିକାରେ ବେରୋଜଗାରୀ ହାର ଉଲ୍ଲେଖନୀୟଭାବେ ହ୍ରାସ ପାଇଛି । ସେ କହିଛନ୍ତି ଯେ ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ କାରବାର ବଢିଚାଲିଛି । ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ବଢିଚାଲିଛି । ଭାରତ ସହିତ ମହାକାଶ ଗବେଷଣା କ୍ଷେତ୍ରରେ ସହଯୋଗିତା ପାଇଁ ଆମେରିକା ଆଶାୟୀ ଅଛି । ଆତଙ୍କବାଦର ମୁକାବିଲା କ୍ଷେତ୍ରରେ ଦୁଇଦେଶ ଏକାଠି ହୋଇ ମୁକାବିଲା କରିବେ ।

ସମ୍ବନ୍ଧିତ ଖବର