ସୋନିଆଙ୍କ ପରେ ରାହୁଲ

Oମହାକାଳ ମନ୍ଦିରରେ କଲେ ପୂଜାର୍ଚ୍ଚନା O ଇନ୍ଦିରା, ରାଜୀବ ମଧ୍ୟ ଆସିଥିଲେ O ମୋଦୀଙ୍କୁ ଟା‌େର୍ଗଟ୍‌ କଲେ ରାହୁଲ

ଉ‌ଜ୍ଜୈନ୍‌: ମଧ୍ୟ ପ୍ରଦେଶରେ ‌େହବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସୋମବାର ଇନ୍ଦୋର-ଉ‌ଜ୍ଜୈନ୍‌ରୁ ପ୍ରଚାର ଅଭିଯାନ ଆରମ୍ଭ କରିଦେଇଛନ୍ତି। ଏହା ପୂର୍ବରୁ ରାହୁଲ ଆଜି ଉ‌ଜ୍ଜୈନ୍‌ରେ ଥିବା ପ୍ରସିଦ୍ଧ ମହାକାଳ ମନ୍ଦିର ଦର୍ଶନ କରି ଶିବଲିଙ୍ଗରେ କ୍ଷୀର ଢାଳି ଅଭିଷେକ କରିଥିଲେ। ତାଙ୍କ ସହିତ କଂଗ୍ରେସର ବରିଷ୍ଠ ନେତା କମଲନାଥ ଓ ଜ୍ୟୋତିରାଦିତ୍ୟ ସିନ୍ଦିଆ ମଧ୍ୟ ମନ୍ଦିର ପରିଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ।
ରାହୁଲ ଅାଜି ମହାକାଳ ଶିବ ମନ୍ଦିର ଦର୍ଶନ କରି ଗାନ୍ଧୀ ପରିବାରର ପରମ୍ପରା ଦୋହରାଇଛନ୍ତି। ନିର୍ବାଚନ ପୂର୍ବରୁ ଭଗବାନ ଶିବଙ୍କ ପୂଜା ପାଇଁ ମହାକାଳ ମନ୍ଦିର ଆସିବା ପିଢ଼ି ପିଢ଼ି ଧରି ଚାଲିଆସିଛି। ରାହୁଲଙ୍କ ପୂର୍ବରୁ ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଏବଂ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ମହାକାଳ ମନ୍ଦିର ଦର୍ଶନ କରିଛନ୍ତି। କ୍ଷମତାକୁ ଫେରିବା ପୂର୍ବରୁ ୧୯୭୯ ଡିସେମ୍ବରରେ ଇନ୍ଦିରା ଗାନ୍ଧୀ ମହାକାଳେଶ୍ବର ମନ୍ଦିର ଆସିଥିଲେ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ପ୍ରକାଶଚନ୍ଦ୍ର ସେଠି ତାଙ୍କୁ ମନ୍ଦିର ଦର୍ଶନ କରାଇଥିଲେ। ଏହାପରେ ୧୯୮୭ରେ ପ୍ରଧାନମନ୍ତ୍ରୀ ଥିବା ବେଳେ ରାଜୀବ ଗାନ୍ଧୀ ମହାକାଳ ଦର୍ଶନ ପାଇଁ ଉ‌ଜ୍ଜୈନ୍‌ ଗସ୍ତ କରିଥିଲେ। ପ୍ରାୟ ୩୦ ମିନିଟ୍ ଧରି ସେ ମନ୍ଦିର ପରିସରରେ ରହିଥିଲେ। ରାଜୀବଙ୍କ ପରେ ସୋନିଆ ୨୦୦୮ ଜୁନ୍‌ ୨୦ ତାରିଖରେ ଏଠାକୁ ଆସିଥିଲେ। କିନ୍ତୁ ମଧ୍ୟ ପ୍ରଦେଶରେ ଦଳକୁ ନିରାଶ ହେବାକୁ ପଡ଼ିଥିଲା।
ମହାକାଳ ମନ୍ଦିର ଦର୍ଶନ ପରେ ଉ‌ଜ୍ଜୈନ୍‌ରେ ଆୟୋଜିତ ଜନସମାବେଶକୁ ଉଦ୍‌‌େବାଧନ ଦେଇ ରାହୁଲ ସିଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ମୋଦୀ ଆତଙ୍କବାଦୀଙ୍କ ପାଇଁ ଜମ୍ମୁ କଶ୍ମୀରରେ ଦ୍ବାର ଖୋଲିଦେଇଛନ୍ତି। ସେନା ଅଧିକାରୀ ମୋଦୀଙ୍କ କାର୍ଯ୍ୟଶୈଳୀକୁ ନେଇ ବହୁତ ଦୁଃଖୀ। ସରକାର ୱାନ୍‌-ରୢାଙ୍କ ୱାନ୍‌-ପେନ୍‌ସନ ଲାଗୁ କରିଥିବା କଥା କହୁଛନ୍ତି, କିନ୍ତୁ ତାହା ଏ ଯାଏ କାର୍ଯ୍ୟକାରୀ ହୋଇନାହିଁ।

ସମ୍ବନ୍ଧିତ ଖବର