ହାଫିଜ ସଇଦର ଜମାଏତ ଉଲ ଦାଓ୍ଵାକୁ ନିଷିଦ୍ଧ ଘୋଷଣା କଲା ପାକିସ୍ତାନ

ଇସ୍ଲାମାବାଦ : ପୁଲଓ୍ଵାମା ଆକ୍ରମଣ ପରେ ଭାରତର ଉଗ୍ରରୂପ ଓ ବିଶ୍ୱ ସମୁଦାୟର ଭାରତ ପ୍ରତି ସମର୍ଥନକୁ ଦେଖି ଛାନିଆ ହୋଇଯାଇଛି ପାକିସ୍ତାନ । ଏଥିପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଆତଙ୍କବାଦୀ ହାଫିଜ ସଇଦର ସଂଗଠନ ଜମାଏତ ଉଲ ଦାଓ୍ଵାକୁ ନିଷିଦ୍ଧ ଘୋଷଣା କରିଛି । ଏହା ସହିତ ହାଫିସ ସଇଦର ଫଲା-ଏ ଇନସାନିୟତ ଫାଉଣ୍ଡେସନକୁ ମଧ୍ୟ ୧୯୯୭ର ଆତଙ୍କନିରୋଧୀ ଆଇନ ଅନୁସାରେ ନିଷିଦ୍ଧ ଘୋଷଣା କରାଯାଇଛି । ଅନ୍ୟପକ୍ଷରେ ଭାରତର ସମ୍ଭାବ୍ୟ ଆକ୍ରମଣକୁ ଦୃଷ୍ଟିରେ ରଖି ପାକ ସେନା ବାହିନୀକୁ ସତର୍କ ରହିବାକୁ କହିଛନ୍ତି ଇମ୍ରାନ ।

ସମ୍ବନ୍ଧିତ ଖବର