୧୫ ଦିନ ମଧ୍ୟରେ କର୍ଣ୍ଣାଟକରେ କୃଷିଋଣ ଛାଡ଼: କୁମାରସ୍ୱାମୀ

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌୍‌ଡି କୁମାରସ୍ୱାମୀ ଆସନ୍ତା ୧୫ ଦିନ ମଧ୍ୟରେ ରାଜ୍ୟରେ କୃଷିଋଣ ଛାଡ଼ ହେବ ବୋଲି ଆଜି ଘୋଷଣା କରିଛନ୍ତି। କିନ୍ତୁ କୃଷି ଋଣ ନାମରେ ଯେଉଁମାନେ ବିବାହ ଉତ୍ସବ ଏବଂ ବାଇକ୍‌ କିଣିବାପାଇଁ ଋଣ ନେଇଛନ୍ତି ସେମାନଙ୍କ କ୍ଷେତ୍ରରେ କ’ଣ କୃଷିଋଣ କିଭଳି ଛାଡ଼ ହେବ ବୋଲି କୁମାରସ୍ୱାମୀ ପ୍ରଶ୍ନ କରିଛନ୍ତି। ତେଣୁ ସବୁ ଦିଗକୁ ବିଚାର କରି କେଉଁମାନଙ୍କ କ୍ଷେତ୍ରରେ କୃଷିଋଣ ଛାଡ଼ ହେବ ସେନେଇ ଚୁଡ଼ାନ୍ତ ନିଷ୍ପତ୍ତି ନିଆଯିବ ଏବଂ ଏଥିଲାଗି ଆଉ ୧୫ ଦିନ ଆବଶ୍ୟକ ବୋଲି ଆଜି କୁମାରସ୍ୱାମୀ କହିଛନ୍ତି।

ସମ୍ବନ୍ଧିତ ଖବର