୨୦୮୦ ବେଳକୁ ପୃଥିବୀରେ କେବଳ ଖରାଦିନ ଲାଗିରହିବ, ଅଂଶୁଘାତ ମୃତ୍ୟୁସଂଖ୍ୟା ୨୦୦୦% ବଢିବ

ନୂଆଦିଲ୍ଲୀ :  ବିଶ୍ୱର ପରିବେଶ ଦିନକୁ ଦିନ ଖରାପ ହେବରେ ଲାଗିଛି । ତଥାପି ମଣିଷର ବୁଦ୍ଧି ଉଦୟ ହେଉନାହିଁ । ଜଙ୍ଗଲ କ୍ଷୟ, ଜନସଂଖ୍ୟା ବୃଦ୍ଧି , ସେହିଅନୁସାରେ ତାପମାତ୍ରା ବଢିଚାଲିଛି । ସେଥିପାଇଁ ଏବେ ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଛି । ଅଂଶୁଘାତ ମୃତ୍ୟୁ ସଂଖ୍ୟା ବଢିଚାଲିଛି । କିନ୍ତୁ ଆଗକୁ ବଡ଼ ବିପଦ ଆସୁଛି । ବୈଜ୍ଞାନିକମାନେ ପୂର୍ବାନୁମାନ କରିଛନ୍ତି ଯେ ଆସନ୍ତା ୨୦୮୦ ସୁଦ୍ଧା ପୃଥିବୀର ତାପମାତ୍ରା ଏତେ ବଢିଯାଇଥିବ ଯେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ପ୍ରାୟ ୨୦୦୦ ପ୍ରତିଶତ ବଢିଚାଲିବ । ଆଗାମୀ ଦିନରେ ଗ୍ରୀଷ୍ମପ୍ରବାଳ ପ୍ରବଳ ହେବ, ନିୟମିତଭାବେ ହେବ ଓ ଅଧିକ ସମୟ ଧରି ଲାଗି ରହିବ । ଏହାର ଅର୍ଥ ହେଉଛି ଲୋକମାନେ ଅଧିକ ସଂଖ୍ୟାରେ ମୃତ୍ୟୁବରଣ କରିବେ ବୋଲି ଅଷ୍ଟ୍ରେଲିଆର ମୋନାର୍କ ବିଶ୍ୱବିଦ୍ୟାଳୟ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଏକ ଗବେଷଣା ନିବନ୍ଧରେ କୁହାଯାଇଛି ଯେ ମଣିଷ ଓ ଜୀବଜନ୍ତୁ ଯଦି ଏହି ପ୍ରତିକୂଳ ଜଳବାୟୁ ସହ ଖାପ ଖୁଆଇପାରିବେ ନାହିଁ ତେବେ କ୍ରାନ୍ତୀୟ ଓ ବିଷୁବ ମଣ୍ଡଳୀୟ ଅଂଚଳରେ (ଯଥା ଭାରତୀୟ ଉପମହାଦେଶ, ଆଫ୍ରିକା, ଏସିଆ, ଦକ୍ଷିଣ ଆମେରିକା)ରେ ଅଧିକ ସଂଖ୍ୟାରେ ଲୋକ ମୃତ୍ୟ ୁବରଣ କରିବେ ।

ସମ୍ବନ୍ଧିତ ଖବର