୨ ବର୍ଷରେ ୧ ଲକ୍ଷ କେନ୍ଦ୍ର ସରକାରୀ ଚାକିରି, ଷ୍ଟାଫ ସିଲେକ୍ସନ କମିଶନ ପରୀକ୍ଷା ମାଧ୍ୟମରେ ପୂରଣ ହେବ

ନୂଆଦିଲ୍ଲୀ : ସରକାର ନୂଆ ନିଯୁକ୍ତି ସୃଷ୍ଟି କରିବାରେ ବିଫଳ ହୋଇଛନ୍ତି ବୋଲି ବିରୋଧୀ ଦଳମାନେ କହୁଥିବାବେଳେ ସରକାର ଆଜି କହିଛନ୍ତି ଯେ କେନ୍ଦ୍ର ସରକାରୀ ବିଭାଗ ଗୁଡ଼ିକରେ ମୋଟ ୬.୮୪ ଲକ୍ଷ ଖାଲି ପଦବୀ ରହିଛି । ୨୦୧୯ ଓ ୨୦୨୦ରେ ଷ୍ଟାଫ ସିଲେକ୍ସନ କମିସନ ମାଧ୍ୟମରେ ୧,୦୩,୨୬୬ଟି ପଦବୀ ପୂରଣ କରାଯିବାର ଯୋଜନା ରହିଛି ବୋଲି ସରକାରୀଙ୍କ ତରଫରୁ ସୂଚନା ଦିଆଯାଇଛି ।
ଆଜି ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର କାର୍ମୀକ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ୨୦୧୮ ମାର୍ଚ୍ଚ ସୁଦ୍ଧା କେନ୍ଦ୍ର ସରକାରୀ ବିଭାଗଗୁଡ଼ିକରେ ମୋଟ ମଞ୍ଜୁରୀପ୍ରାପ୍ତ ୩୮.୦୨ ଲକ୍ଷ ପଦବୀ ମଧ୍ୟରୁ ୩୧.୧୮ଟି ପୂରଣ ରହିଛି ଓ ଅବଶିଷ୍ଠ ୬.୮୪ ଲକ୍ଷଟି ପଦବୀ ଖାଲି ରହିଛି ।
କର୍ମଚାରୀଙ୍କ ମୃତ୍ୟୁ, ଅବସର, ପଦୋନ୍ନତି ଆଦି କାରଣରୁ ସରକାରୀ ବିଭାଗରେ ପଦବୀ ଖାଲି ରହେ । ତେବେ ଏସବୁ ଖାଲି ପଦବୀ ଗୁଡ଼ିକୁ ନିୟମିତ ଭାବେ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ମାଧ୍ୟମରେ ପୂରଣ କରାଯାଉଛି । ୨୦୧୯ ଓ ୨୦୨୦ରେ ଷ୍ଟାଫ ସିଲେକ୍ସନ କମିସନ ମାଧ୍ୟମରେ ୧,୦୩,୨୬୬ଟି ପଦବୀ ପୂରଣ କରାଯିବାର ଯୋଜନା ରହିଛି ବୋଲି ଶ୍ରୀ ସିଂ କହିଛନ୍ତି ।

ସମ୍ବନ୍ଧିତ ଖବର