ସାତ ବର୍ଷିୟ ପିଲାର ଫୁସ୍‌ଫୁସ୍‌ରୁ ବାହାରିଲା ଦେଢ଼ ସେ. ମି. ଲମ୍ବର ଷ୍ଟିଲ୍‌ ସ୍ପ୍ରିଙ୍ଗ୍‌

ମୁମ୍ବାଇ: ଖେଳନା ବନ୍ଧୁକର ସ୍ପ୍ରିଙ୍ଗ୍‌ଟିଏ ଗିଳି ପକାଇବାରୁ ମୁମ୍ବାଇ ନିକଟସ୍ଥ ଭିଓ୍ଵାଣ୍ଡିର ଜଣେ ୭ ବର୍ଷିୟ ପିଲାର ଅବସ୍ଥା ସାଙ୍ଘାତିକ ହୋଇଯାଇଥିଲା। ବନ୍ଧୁକରେ ଖେଳିବା ବେଳେ ପିଲାଟି ତାହାର ଗୋଟାଏ ସ୍ପ୍ରିଙ୍ଗ୍‌କୁ ପାଟିରେ ପୂରାଇ ଭୁଲ୍‌ରେ ଗିଳି ପକାଇଥିଲା। ଶ୍ୱାସନଳୀ ବାଟେ ଯାଇ ସ୍ପ୍ରିଙ୍ଗ୍‌ ଲାଖି ଯାଇଥିଲା ତା’ର ଫୁସ୍‌ଫୁସ୍‌ରେ।

ପରେ ପରେ ପିଲାଟି କାଶି କାଶି ବେଦମ ହୋଇ ଯିବାରୁ ତାକୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ପରୀକ୍ଷା କରି ଡାକ୍ତରମାନେ ଜାଣିପାରିଲେ ଗୋଟାଏ ଦେଢ଼ ସେ. ମି. ଲମ୍ବର ଇସ୍ପାତ ସ୍ପ୍ରିଙ୍ଗ୍‌ ତା’ ଫୁସ୍‌ଫୁସ୍‌ରେ ଲାଖି ରହିଛି। ଭିଓ୍ଵାଣ୍ଡି ଡାକ୍ତରମାନେ ଅକ୍ଷମତା ପ୍ରକାଶ କରିବାରୁ ୭ ବର୍ଷିୟ ବାଳକଟିକୁ ନିଆଗଲା ଥାନେର ଏକ ଘରୋଇ ଡାକ୍ତରଖାନାକୁ।

ଫୁସ୍‌ଫୁସ୍‌ରେ ସ୍ପ୍ରିଙ୍ଗ୍‌ ଲାଗିଛି ବୋଲି ଥାନେ ଡାକ୍ତର ନିଶ୍ଚିତ କରି କହିଲେ। ସାନ ପିଲାଟି ଦେହରେ ଅସ୍ତ୍ରୋପଚାର ନ କରି ଡାକ୍ତରମାନେ ବାୟୋସ୍କୋପି କରି ସ୍ପ୍ରିଙ୍ଗ୍‌ଟିକୁ କାଢ଼ିଥିଲେ।

ସ୍ପ୍ରିଙ୍ଗଟିକୁ ସଫଳତାର ସହ କଢ଼ା ଯାଇଥିଲେ ମଧ୍ୟ ପିଲାଟି ଡାକ୍ତରଖାନାରେ ଅଛି। କିନ୍ତୁ, ଡାକ୍ତରମାନେ କହୁଛନ୍ତି ତା’ର ସ୍ୱାସ୍ଥ୍ୟାାବସ୍ଥାରେ ଉନ୍ନତି ଦେଖାଯାଉଛି।

ସମ୍ବନ୍ଧିତ ଖବର