ଏବେ ହଷ୍ଟେଲରେ ରହୁଥିବା ପିଲାଙ୍କୁ ବିପିଏଲ୍‌ ଦରରେ ମିଳିବ ଚାଉଳ ଏବଂ ଗହମ

ନୂଆଦିଲ୍ଲୀ : ସାରା ଦେଶର ହଷ୍ଟେଲରେ ରହୁଥିବା ଗରିବ ପିଲାମାନଙ୍କ ପାଇଁ ଏକ ଏତିହାସିକ ନିଷ୍ପତ୍ତିି ନେଇଛନ୍ତି କେନ୍ଦ୍ର ସରକାର। ହଷ୍ଟେଲରେ ରହୁଥିବା ଗରିବ ପିଲାମାନଙ୍କ ପାଇଁ କମ ଦାମରେ ଚାଉଳ ଏବଂ ଗହମ ଯୋଗାଇ ଦେବେ ବୋଲି ସରକାର ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି । ପ୍ରତି ମାସରେ ପ୍ରାୟ ୧କୋଟି ପିଲାଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି ଆକଳନ କରାଯାଇଛି ।

ଏକ କୋଟି ପିଲାମାନଙ୍କ ମଧ୍ୟରୁ ଦୁଇ-ତୃତୀୟାଂଶ ଅନୁସୂଚିତ ଜାତି ଏବଂ ଜନଜାତି ଛାତ୍ରଛାତ୍ରୀ ଥିବା ଜଣା ପଡ଼ିଛି । ଏଥି ପାଇଁ ବାର୍ଷିକ ୪୦୦୦ କୋଟି ଖର୍ଚ୍ଚ ହେବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି । ଅନ୍ୟ ପକ୍ଷରେ ନିର୍ବାଚନ ପାଖେଇ ଆସୁଥିବାରୁ ଦଳିତ ଶ୍ରେଣୀର ଏବଂ ଅନୁସୂଚିତ ଜାତି ଏବଂ ଜନଜାତିଙ୍କୁ ନିଜ ଆଡ଼କୁ ଆଣିବା ପାଇଁ ଏହି ଯୋଜନା କରାଯାଉଛି ବୋଲି ଆଲୋଚନା ହେଉଛି ।

Moneycontrol

ଏହି ନିଷ୍ପତ୍ତି ଘୋଷଣା କରି ଖାଦ୍ୟମନ୍ତ୍ରୀ ରାମ ବିଳାସ ପାଶଓ୍ଵନ କହିଛନ୍ତି, ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀମାନଙ୍କୁ ବିପିଏଲ୍‌ ମୂଲ୍ୟରେ ପ୍ରତି ମାସରେ ୧୫କେଜି ଗହମ ଏବଂ ଚାଉଳ ଦିଆଯିବା । ବିପିଏଲ୍‌ କାର୍ଡ଼ରେ ଗହମ କେଜିକୁ ୪.୧୫ଟଙ୍କା ନିଆଯାଉଥିବା ବେଳେ ଚାଉଳ କେଜିକୁ ୫.୬୫ଟଙ୍କା ନିଆ ଯାଉଛି । ଦେଶର ସବୁ ସରକାରୀ ଏବଂ ବେସରାକରୀ କଲେଜରେ ରହୁଥିବା ଛାତ୍ରଛାତ୍ରୀମାନଙ୍କୁ ଏହି ସୁବିଧା ଯୋଗାଦିଆଯିବା ସହ ଏହାର ସମସ୍ତ ଖର୍ଚ୍ଚ କେନ୍ଦ୍ର ବହନ କରିବ ।

ସମ୍ବନ୍ଧିତ ଖବର