କରୋନା ଯୁଦ୍ଧରେ ଜିତିଲା ରାଜସ୍ଥାନର ନବଜାତ; ସୁସ୍ଥ ହେବାକୁ ଲାଗିଲା ୨୫ଦିନ

ନାଗୌର: ରାଜସ୍ଥାନର ନାଗୌରରେ ଜଣେ ନବଜାତ କରୋନାକୁ ହରାଇଥିବା ନେଇ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏଠାରେ ଗୋଟିଏ ଦିନର ନବଜାତ ଅର୍ଥାତ ଜନ୍ମ ହେବାର ୧୨ଘଣ୍ଟା ପରେ ଜଣେ ଶିଶୁ ଶରୀରରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା। ଏବେ ଏହି ଶିଶୁ କରୋନା ଯୁଦ୍ଧରେ ବିଜୟ ହାସଲ କରିଛି। ତାର କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ଆସିଥିବା ଜଣାପଡ଼ିଛି। ତେବେ ଗୋଟିଏ ଦିନର ଶିଶୁକୁ କରୋନା ସଂକ୍ରମଣ ହେବା ସହିତ ସେ ସୁସ୍ଥ ହେବା ଦେଶର ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି।

 परिजन घर ले गए नवजात को
.oneindia.com

ନାଗୌର ଜିଲ୍ଲାରେ ଜଣେ ଅନ୍ତସତ୍ତ୍ୱାଙ୍କ କରୋନା ଯାଞ୍ଚ ରିପୋର୍ଟ ପଜିଟିଭ ଆସିଥିଲା। ଏପ୍ରିଲ ୧୪ରେ ଏହି ଅନ୍ତସତ୍ତ୍ୱା ମହିଳା ଜଣକ ଏକ ଶିଶୁକୁ ଜନ୍ମ ଦେଇଥିଲେ। ଜନ୍ମର ୧୨ଘଣ୍ଟା ପରେ ଶିଶୁ ଶରୀରରେ କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା। ସଙ୍ଗେସଙ୍ଗେ ଶିଶୁକୁ ଆଇସୋଲେଟେଡ୍‌ କରି ନାଗୌରର ଜିଲ୍ଲା ହସ୍‌ପିଟାଲ୍‌ରେ ରଖାଯାଇଥିଲା। ଚିକିତ୍ସା ସମୟରେ ପ୍ରତି ସପ୍ତାହରେ ତାର କରୋନା ପରୀକ୍ଷା କରାଯାଉଥିଲା। ତେବେ କିଛିଦିନର ବ୍ୟବଧାନରେ ଶିଶୁଟିର ଦୁଇଟି କରୋନା ପରୀକ୍ଷା କରାଯାଇଥିଲା, ଯାହାର ରିପୋର୍ଟ ନଗେଟିଭ୍‌ ଆସିଛି।

ନାଗୌର ଚିକିତ୍ସା ଅଧିକାରୀ ମହେନ୍ଦ୍ର ମିନାଙ୍କ କହିବାନୁସାରେ, ନବଜାତର କରୋନା ପରୀକ୍ଷା ରିପୋର୍ଟ ନିଗେଟିଭ୍‌ ଆସିବା ପରେ ଶିଶୁକୁ ପରିବାରଲୋକ ଘରକୁ ନେଇ ଯାଇଛନ୍ତି। ନବଜାତକୁ ୨୫ଦିନ ହସ୍‌ପିଟାଲ୍‌ରେ ରଖି ଚିକିତ୍ସା କରିବା ପରେ ତାକୁ ଛୁଟି କରି ଦିଆଯାଇଛି।

ସମ୍ବନ୍ଧିତ ଖବର