ଅମୃତସର ଆତଙ୍କବାଦୀ ଘଟଣାରେ ବ୍ୟବହୃତ ଗ୍ରେନେଡ ପାକିସ୍ତାନରୁ ଆସିଥିଲା : ପଂଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡୀଗଡ :  ପଂଜାବର ଅମୃତସରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନର ହାତ ଅଛି ବୋଲି ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଆଜି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏହି ଘଟଣାରେ ବ୍ୟବହୃତ ଗ୍ରେନେଡ ପାକିସ୍ତାନରୁ ଆସିଥିଲା ବୋଲି ସେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଏହି  ଘଟଣାରେ ସଂପୃକ୍ତ ଦୁଇଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣକୁ ଗିରଫ କରାଯାଇଛି  । ତାହାର ନାଁ ହେଉଛି ବିକ୍ରମଜିତ ସିଂ (୨୬) । ଅନ୍ୟଜଣକର ନାଁ ହେଉଛି ଅବତାର ସିଂ, ତାକୁ ଖୁବଶୀଘ୍ର ଗିରଫ  କରାଯିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।  ସେ କହିଛନ୍ତି ଯେ ଏହା ଏକ ଆତଙ୍କବାଦୀ କାଣ୍ଡ ଓ ଏଥିରେ କୌଣସି ଧର୍ମୀୟ  ଦୃଷ୍ଟିକୋଣ ନାହିଁ । ସେ ମଧ୍ୟ ଅତି ଅଳ୍ପ ସମୟ ମଧ୍ୟରେ ଅଭିଯୁକ୍ତ ମାନଙ୍କୁ ଗରିଫ କରାଯାଇପାରିଥିବାରୁ ପୁଲିସ ଓ ଏନଆଇଏକୁ ଧନ୍ୟବାଦ ଜଣାଇଛନ୍ତି । ନିରଙ୍କାରୀ ଆଶ୍ରମରେ ହୋଇଥିବା ଏହି ଆକ୍ରମଣରେ ୩ ନିହତ ହେବା ସହ ୨୦ ଆହତ ହୋଇଥିଲେ ।

ସମ୍ବନ୍ଧିତ ଖବର