କଶ୍ମୀର ନୌସେରା ସେକ୍ଟରରେ ପାକସେନାର ଅସ୍ତ୍ରବିରତି ଉଲଂଘନ; ଭାରତୀୟ ଯବାନ୍ ସହିଦ୍
ନୂଆଦିଲ୍ଲୀ: ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲଂଘନ କରି ନିଜର ଅସଲ ଚେହେରା ସାମ୍ନାକୁ ଆଣିଛି। ଜମ୍ମୁ-କଶ୍ମୀରର ନୌସେରା ସେକ୍ଟରରେ ପାକ-ସେନା ପକ୍ଷରୁ ଭାରତୀୟ ପୋଷ୍ଟ ଉପରେ ମୋର୍ଟାର ଓ ଗୁଳିବର୍ଷଣ କରାଯାଇଛି। ପାକ୍ ଆକ୍ରମଣରେ ବିକାଶ ଗୁରୁଙ୍ଗ ନାମକ ଭାରତୀୟ ଯବାନ ସହିଦ୍ ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଘଟଣାରୁ ପ୍ରକାଶ, ଜମ୍ମୁ-କଶ୍ମୀରର ନୌସେରା ସେକ୍ଟର ଅନ୍ତର୍ଗତ ଲାମ୍ ଗ୍ରାମରେ ଇଦ୍-ଉଲ୍-ଫିତର ପାଳନ ଚାଲିଥିବା ବେଳେ ସୀମା ସେପଟୁ ଗୁଳିମାଡ କରାଯିବା ସହ ମୋର୍ଟାର ମାଡ ହୋଇଥିଲା। ଏଲ୍ଓସିରେ ଥିବା ଏକ ଭାରତୀୟ ସେନା ପୋଷ୍ଟକୁ ଟାର୍ଗେଟ କରି ପାକିସ୍ତାନୀମାନେ ମୋର୍ଟାର ମାଡ କରିଥିଲେ। ଏହାଫଳରେ ସେଠାରେ କର୍ତ୍ତବ୍ୟ ସଂପାଦନ କରୁଥିବା ସିପାହୀ ବିକାଶ ଗୁରୁଙ୍ଗଙ୍କ ଦେହରେ ମୋର୍ଟାର ମାଡ ହୋଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣ ଘଟଣାରେ ଆଉ କେହି ମୃତାହତ ହୋଇଛନ୍ତି କି ନାହିଁ ତାହା ଜଣାପଡ଼ି ନାହିଁ।
ପାକିସ୍ତାନ ପକ୍ଷରୁ ଅସ୍ତ୍ର ବିରତି ଘୋଷଣା କରାଯାଇଥିଲେ ମଧ୍ୟ ଗତ କିଛି ଦିନ ଭିତରେ ବାରମ୍ବାର ଅସ୍ତ୍ରବିରତି ଉଲଂଘନ କରୁଛି ପାକ୍ ସେନା। ଏହାକୁ ନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି ପରିବର୍ତ୍ତନ ଲାଗି ଚିନ୍ତା କରାଯାଉଛି।