ପିଏନ୍‌ବି ଦୁର୍ନୀତି: ଚଢ଼ଉ ବେଳେ ପ୍ରବର୍ତ୍ତନ ନିର୍ଦେଶାଳୟ ଜବତ କଲା ୧୦ ହଜାର ବିଦେଶ ହାତବନ୍ଧା ଘଣ୍ଟା

ନୂଆଦିଲ୍ଲୀ: ନିରବ ମୋଦିଙ୍କ ବ୍ୟବସାୟ ସହ ସମ୍ପୃକ୍ତ ବିଭିନ୍ନ ସ୍ଥାନରେ ଚଢ଼ଉ କରିବା ବେଳେ ପ୍ରବର୍ତ୍ତନ ନିର୍ଦେଶାଳୟ ୧୦ ହଜାରରୁ ଅଧିକ ବିଦେଶୀ ହାତବନ୍ଧା ଘଣ୍ଟା ଜବତ କରିଛନ୍ତି। ବିଭିନ୍ନ ସ୍ଥାନରେ ୬୦ଟି ପ୍ଲାଷ୍ଟିକ୍‌ ଡବାରେ ଥିବା ଏହି ହାତଘଣ୍ଟାଗୁଡ଼ିକ ସମ୍ଭବତଃ ବିକ୍ରୟ ଉଦ୍ଦେଶ୍ୟରେ ରଖାଯାଇଥିଲା।

ପ୍ରବର୍ତ୍ତନ ନିର୍ଦେଶାଳୟର ଜଣେ ଅଧିକାରୀ କହିଛନ୍ତି: ସେ ଗହଣା ବ୍ୟବସାୟରେ ସମ୍ପୃକ୍ତ ଥିବାରୁ ସୌଖୀନ ହତଘଣ୍ଟା ମଧ୍ୟ ବିଦେଶରୁ ଆମଦାନି କରୁଥିଲେ। ବ୍ୟବସାୟ ଛଡ଼ା ଉପହାର କ୍ଷେତ୍ରରେ ମଧ୍ୟ ଏଗୁଡ଼ିକୁ ବ୍ୟବହାର କରାଯାଉଥିଲା କି, ନାହିଁ ତଦନ୍ତ ପରେ ଜଣାପଡ଼ିବ।

ହାତଘଣ୍ଟା ଛଡ଼ା ପ୍ରବର୍ତ୍ତନ ନିର୍ଦେଶାଳୟ ୧୭୬ଟି ଷ୍ଟିଲ୍‌ ଆଲମାରି ଏବଂ ୧୫୮ଟି ବାକ୍ସ ମଧ୍ୟ ଜବତ କରିଛି।

ଏହାଛଡ଼ା ହୀରା ବ୍ୟବସାୟୀ ମୋଦିଙ୍କର ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଏବଂ ସେୟାର୍‌ ଆଦି ପ୍ରାୟ ୪୩ କୋଟି ଟଙ୍କା ମଧ୍ୟ ଜବତ କରାଯାଇଛି। ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ୩୦ କୋଟି ଥିବା ବେଳେ ସେୟାର୍‌ଗୁଡ଼ିକର ମୂଲ୍ୟ ୧୩. ୮୬ କୋଟି ଟଙ୍କା ହେବ।

ସମ୍ବନ୍ଧିତ ଖବର