ଗାର୍ଗୀ ମହିଳା କଲେଜ ଅସଦାଚରଣ ମାମଲାରେ ୧୦ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀର ଗାର୍ଗୀ ମହିଳା କଲେଜରେ ଛାତ୍ରୀମାନଙ୍କୁ ଅସଦାଚରଣ ଅଭିଯୋଗରେ ଦିଲ୍ଲୀ ପୁଲିସ ୧୦ ଜଣଙ୍କୁ ଗିରଫ କରିଛି । ଏମାନଙ୍କ ଗିରଫଦାରି ପାଇଁ ଦିଲ୍ଲୀ ପୁଲିସ ଉପରେ ଚାପ ବଢିଚାଲିଥିଲା । କଲେଜର ଛାତ୍ରଛାତ୍ରୀମାନେ ମଧ୍ୟ ଆନ୍ଦୋଳନ ଆରମ୍ଭ କରିଦେଇଥିଲେ ।
ଗତ ସପ୍ତାହରେ ଏହି କଲେଜର କ୍ୟାମ୍ପସରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବାବେଳେ ହଠାତ୍ କଲେଜ କ୍ୟାମ୍ପସ ମଧ୍ୟକୁ କିଛି ବାହାର ଲୋକେ ପଶି ଯାଇଥିଲେ। ଏହି ମଦ୍ୟପ ଲୋକମାନେ ଛାତ୍ରୀମାନଙ୍କ ପ୍ରତି ଅସଦାଚରଣ କରିଥିଲେ।

ଏ ଘଟଣା ସମ୍ପର୍କରେ କେତେଜଣ ଛାତ୍ରୀ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ପରେ ଏହା ଭାଇରାଲ ହୋଇଯାଇଥିଲା । ସୋସିଆଲ ମିଡ଼ିଆରେ ସେମାନେ କରିଥିବା ପୋଷ୍ଟ ଅନୁସାରେ, ଗତ ରବିବାର ସନ୍ଧ୍ୟା ୬ଟା ୩୦ରେ ଦଳେ ମଦ୍ୟପ ବ୍ୟକ୍ତି କଲେଜ ମଧ୍ୟକୁ ପଶିଆସି ଛାତ୍ରୀଙ୍କ ପ୍ରତି ଅସଦାଚରଣ କରିଥିଲେ। କଲେଜ ଫାଟକରେ ରାପିଡ୍ ଆକ୍ସନ ଫୋର୍ସ ଏବଂ ଦିଲ୍ଲୀ ପୁଲିସ ମୁତୟନ ଥିଲାବେଳେ କିଭଳି ମଦ୍ୟପ ବ୍ୟକ୍ତିମାନେ କଲେଜ ମଧ୍ୟକୁ ପଶିଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର