୧୦ ବିଏସଏଫ ଯବାନ ନିଖୋଜ

ମୁଗଲସରାଇ: ସେନାର ଏକ ସ୍ୱତନ୍ତ୍ର ଟ୍ରେନ୍‌ରୁ ଆଜି ୧୦ ଜଣ ବିଏସଏଫ୍‌ ଯବାନ ଅଚାନକ ନିଖୋଜ ହୋଇଯାଇଛନ୍ତି। ପଶ୍ଚିମ ବଙ୍ଗରୁ ଆଜି ସେନାର ଏକ ସ୍ୱତନ୍ତ୍ର ଟ୍ରେନ୍‌ ଯୋଗେ ୮୩ ଜଣ ବିଏସଏଫ୍‌ ଯବାନ ଜମ୍ମୁ କଶ୍ମୀର ଯାଉଥିଲେ। କିନ୍ତୁ ବାଟରେ ଧାନବାଦ୍‌ରୁ ହଠାତ୍‌ ୧୦ ଜଣ ବିଏସ୍‌ଏଫ ଯବାନ ନିଖୋଜ ହୋଇଯାଇଥିଲେ। ସେମାନଙ୍କର କିଛି ପତା ମିଳୁନି। ଏନେଇ ସେମାନଙ୍କ କମାଣ୍ଡର ଏଫଆଇଆର ରୁଜୁ କରିଛନ୍ତି। ଯବାନଙ୍କ ନିଖୋଜ ହେବାନେଇ ତତ୍କାଳ ପତ୍ତା ଲଗାଇବାକୁ କମାଣ୍ଡର ତାଙ୍କ ଏଫଆଇଆରରେ ଦର୍ଶାଇଛନ୍ତି। ସୂଚନାନୁଯାୟୀ ସେନାର ଏହି ସ୍ୱତନ୍ତ୍ର ଟ୍ରେନ୍‌ଟି ପଶ୍ଚିମବଙ୍ଗରୁ ୮୩ ଯବାନଙ୍କୁ ଧରି ଜମ୍ମୁ କଶ୍ମୀରର ସାମ୍ବା ସେକ୍ଟର ଅଭିମୁଖେ ଯାତ୍ରା କରୁଥିଲା। ତେବେ ଦୀନ୍‌ଦୟାଲ ଉପାଧ୍ୟାୟ ନଗର ରେଳ ଷ୍ଟେସନ୍‌ରେ ଟ୍ରେନ୍‌ କିଛି ସମୟ ଅଟକିଥିଲା। କିନ୍ତୁ ଏହାପରେ ଯେତେବେଳେ ପୁନର୍ବାର ଯବାନମାନଙ୍କ ସଂଖ୍ୟା ଗଣା ଯାଇଥିଲା ସେ ସମୟରେ ୧୦ ଜଣ ନିଖୋଜ ଥିବା ଜଣା ପଡ଼ିଥିଲା। ମୁଗଲସରାଇ ଜିଆରପି ମାମଲାର ତଦନ୍ତ ଆରମ୍ଭ କରିଛି ଏବଂ ନିଖୋଜ ବିଏସଏଫ ଯବାନମାନଙ୍କୁ ଖୋଜା ଚାଲିଛି।

ସମ୍ବନ୍ଧିତ ଖବର