ତେଲେଙ୍ଗାନା : ନରେଗା କାମ କରୁଥିବାବେଳେ ମାଟି ଧସି ୧୦ ମହିଳା ଶ୍ରମିକ ମୃତ
ହାଇଦ୍ରାବାଦ : ତେଲେଙ୍ଗାନାର ନାରାଣୟପେଟ ଜିଲ୍ଲାର ମାରିକ୍କଲ ବ୍ଲକରେ ଆଜି ଏକ ଦୁଃଖଦ ଘଟଣା ଘଟିଛି । ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ ନିଯୁକ୍ତି ଯୋଜନା (ନରେଗା) ଅଧିନରେ ଏକ ମାଟି ଖନନ କାର୍ଯ୍ୟ କରୁଥିବାବେଳେ ମାଟି ଧସିବା ଫଳରେ ୧୦ ଜଣ ମହିଳା ଶ୍ରମିକ ପୋତି ହୋଇ ମୃତ୍ୟୁବରଣ କରିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ମରିକ୍କଲ ପୁଲିସ କହିଛି ଯେ ମାରିକ୍କଲ ବ୍ଲକର ତିଲେରୁ ଗାଁରେ ଏକ ଜଳସେଚନ କେନାଲ ଖୋଳାଯାଉଥିବାବେଳେ ଏହି ଅଘଟଣ ଘଟିଛି । ଏହି କାମରେ ପ୍ରାୟ ୧୦୦ରୁ ଅଧିକ ଶ୍ରମିକ ନିୟୋଜିତ ଥିଲେ । ପ୍ରବଳ ଖରା ଯୋଗୁଁ କେତେକ ଶ୍ରମିକ ମାଟିତଳେ ଛାଇରେ ବିଶ୍ରାମ ନେଉଥିବାବେଳେ ମାଟି ସେମାନଙ୍କ ଉପରେ ଖସିପଡିଥିଲା । ସ୍ଥାନୀୟ ପ୍ରଶାସନ ଓ ଗାଁ ଲୋକଙ୍କ ସହାୟତାରେ ୧୦ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଘଟଣାରେ ଆହତ ଶ୍ରମିକ ମାନେ ଚିକିତ୍ସିତ ହେଉଛନ୍ତି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।