ଆଉ ୧୦ଟି ଗିର୍‌ ସିଂହ ମୃତ; ସମୁଦାୟ ସିଂହ ମୃତ୍ୟୁସଂଖ୍ୟା ୨୧ରେ ପହଞ୍ଚିଲା

ରାଜକୋଟ: ୧୧ଟି ସିଂହ ମରିବା ପରେ ଗୁଜରାଟର ଆମରେଲି ଜିଲ୍ଲା ଅନ୍ତର୍ଗତ ଗିର୍‌ର ଡାଲ୍‌ଖାନିୟା ରେଞ୍ଜ୍‌ରୁ ଉଦ୍ଧାର କରାଯାଇଥିବା ସମସ୍ତ ୧୦ଟି ଏସୀୟ ସିଂହଙ୍କର ଜଶଧର ପ୍ରାଣୀ ତତ୍ତ୍ୱ କେନ୍ଦ୍ରରେ ମୃତ୍ୟୁ ଘଟିଛି ବୋଲି ସୋମବାର ଦିନ ଗୁଜୁରାଟ ବନ ବିଭାଗ ନିଶ୍ଚିତ କରିଛି।

ସେପ୍ଟେମ୍ବର ୨୦ ରୁ ୩୦ ତାରିଖ ମଧ୍ୟରେ ଉକ୍ତ ସିଂହଗୁଡ଼ିକ ମରି ଯାଇଥିଲେ। ସେପ୍ଟେମ୍ବର ୧୨ ତାରିଖ ଠାରୁ ସିଂହ ମୃତ୍ୟୁ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି। ପୂର୍ବରୁ ସେପ୍ଟେମ୍ବର ୧୨ରୁ ୧୮ ତାରିଖ ମଧ୍ୟରେ ଡାଲଖାନିୟାଠାରେ ଛୁଆ ସମେତ ୧୧ଟି ସିଂହଙ୍କର ମୃତ୍ୟୁ ଘଟିଥିଲା।

ମରିଥିବା ୧୧ଟି ସିଂହଙ୍କ ମଧ୍ୟରୁ ସେପ୍ଟେମ୍ବର ୧୨ ରୁ ୧୬ ମଧ୍ୟରେ ମରିଥିବା ୪ ସିଂହଙ୍କୁ କାନାଇନ୍‌ ଡିସ୍‌ଟେମ୍ପର୍‌ ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ବଣୁଆ କୁରୁରଙ୍କ ଠାରୁ ସେ ମାରାତ୍ମକ ଭୂତାଣୁ ବ୍ୟାପୀ ଥାଏ। ୧୯୯୪ରେ ତାଞ୍ଜାନିଆର ସେରିନ୍‌ଗେଟି ରିଜର୍ଭରେ ପ୍ରାୟ ୧୦୦୦ ସିଂହଙ୍କର ଏହି ଭୂତାଣୁ ସଂକ୍ରମଣରେ ମୃତ୍ୟୁ ଘଟିଥିଲା।

ପ୍ରୋଟୋଜୋଆନ୍‌ ନାମକ ଏହି ଭୂତାଣୁ ସଂକ୍ରମଣ ଟିଙ୍କମାନଙ୍କ ଦ୍ୱାରା ବ୍ୟାପିଥାଏ। ଏହି ଟିଙ୍କ କୁକୁର, ଗୋରୁ ଏବଂ ଘାସରେ ଥାଆନ୍ତି। ପ୍ରତିଷେଧାତ୍ମକ ବ୍ୟବସ୍ଥା ଭାବେ ବନ ବିଭାଗ ସରସିୟା ବିଦି ନିକଟବର୍ତ୍ତୀ ଅଞ୍ଚଳ ସେମାଦ୍ରିରୁ ଉଦ୍ଧାର କରି ଜାମଓ୍ଵାଲା ରେସ୍‌କ୍ୟୁ ସେଣ୍ଟର୍‌କୁ ସ୍ଥାନାନ୍ତର କରାଯାଇଥିଲା।

ସମ୍ବନ୍ଧିତ ଖବର