ଉଦାହରଣ ସୃଷ୍ଟି କଲେ ୧୦ବର୍ଷୀୟ ବାଳକ,ଜେଜେ ମା’ଙ୍କୁ ବାହାରେ ଶୌଚ ହେଉଥିବା ଦେଖି ନିର୍ମାଣ କଲେ ଶୌଚାଳୟ

ପାଟନା : ବାହାରେ ଶୌଚ ନ କରି ପରିବେଶକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ଆରମ୍ଭ କରିଥିଲେ ସ୍ୱଚ୍ଛ ଭାରତ ଅଭିଯାନ । ଏହି ଅଭିଯାନ ମାଧ୍ୟମରେ ଲୋକମାନଙ୍କୁ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ କୁହାଯାଇଥିଲା । ଯାହା ପରେ ଦେଶରେ କିଛିଟା ସ୍ଥାନ ପ୍ରଦୂଷଣ ମୁକ୍ତ ହୋଇ ପାରିଥିଲା । କିନ୍ତୁ ଏବେ ବି ଭାରତରେ ଏମିତି ସ୍ଥାନ ରହିଛି ଯେଉଁଠି ଲୋକମାନେ ବାହାରେ ଶୌଚ କରୁଛନ୍ତି । ଏତେ ସଚେତନତା ସତ୍ତ୍ୱେ ସେମାନେ ଶୌଚାଳୟ ଶୌଚ ନ କରି ବାହାରେ ଶୌଚ ହେବାକୁ ପସନ୍ଦ କରୁଛନ୍ତି । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ କଥାକୁ ବଡ଼ ଲୋକମାନେ ବୁଝି ପାରି ନ ଥିବା ବେଳେ ଜଣେ ୧୦ବର୍ଷୀୟ ବାଳକ ଏହାକୁ ନେଇ ଉଦାହରଣ ସୃଷ୍ଟି କରି ପାରିଛି । ନିଜ ଜେଜେ ମା’ଙ୍କୁ ବାହାରେ ଶୌଚ ହେଉଥିବାର ଦେଖି ଶୌଚାଳୟ ନିର୍ମାଣ କରି ଉଦାହରଣ ସୃଷ୍ଟି କରିଛି ଏହି ୧୦ବର୍ଷୀୟ ବାଳକ ।

indiatimes.com

ସୂଚନା ମୁତାବକ, ବିହାରରେ ଏକ ଗାଁରେ ରହୁଥିବା ହୀରା କୁମାର ନାମକ ଜଣେ ବାଳକ ନିଜ ଜେଜେ ମା’ ଗୀତା ଦେବୀଙ୍କୁ ବାହାରେ ଶୌଚ ହେଉଥିବାର ଦେଖି ତାଙ୍କ ପାଇଁ ଶୌଚାଳୟ ତିଆରି କରିବା କଥା ଭାବିଥିଲେ । ଏଥି ପାଇଁ ସେ ନିଜ ଘର ପଛପଟେ ଏକ ଗାତ ଖୋଳିବା ଆରମ୍ଭ କରିଥିଲେ । କିନ୍ତୁ ଦୁଇ ଦିନ ଲଗାତାର କଠିନ ପରିଶ୍ରମ କରିବାରୁ ହୀରାଙ୍କ ଦେହ ଖରାପ ହୋଇ ଯାଇଥିଲା । ଏହି କାମକୁ ସଂପୂର୍ଣ୍ଣ କରିବା ପାଇଁ ଅଣ୍ଟା ଭିଡ଼ିଥିଲେ ଗାଁର ମୁଖିଆ ରୀତା ଦେବୀ। ହୀରାଙ୍କ ଏହି କାମକୁ ରୀତା ଦେବୀ ପ୍ରଶଂସା କରିବା ସହ ରୀତା ସ୍ୱଚ୍ଛ ଭାରତ ମିଶନ୍‌ର ରୋଲ ମଡ଼େଲ ବୋଲି କହିଛନ୍ତି । ହୀରାଙ୍କ ଏହି କାମକୁ ଦେଖି କେନ୍ଦ୍ରୀୟ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ରାଧା ମୋହନ ସିଂହ ତାଙ୍କୁ ୧୦ହଜାର ଟଙ୍କା ପୁରସ୍କାର ଦେଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର