ଭାରତରେ ପ୍ରବେଶ କରିବାକୁ ପ୍ରସ୍ତୁତ ହୋଇ ରହିଛନ୍ତି ୧୦୦ରୁ ଅଧିକ ପାକ ଆତଙ୍କବାଦୀ

ନୂଆଦିଲ୍ଲୀ : ଜମ୍ମୁ ଓ କଶ୍ମୀରରୁ ଭାରତ ସରକାର ଧାରା ୩୭୦ ପ୍ରତ୍ୟାହାର କରିବା ପରେ ପାକିସ୍ତାନ ରାଗରେ ରକ୍ତଚାଉଳ ଚୋବାଉଛି । ଏ ପରିସ୍ଥିତିରେ ପାକିସ୍ତାନ ପୁଣି ଥରେ ଆତଙ୍କବାଦର ଆଶ୍ରୟ ନେବାକୁ ଯାଉଛି । ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ କରିବାକୁ ପାକିସ୍ତାନ ଷଡ଼ଯନ୍ତ୍ର କରୁଥିବା ଭାରତର ପ୍ରମୁଖ ଗୁଇନ୍ଦା ସଂସ୍ଥା ଗୁଡ଼ିକ ରିପୋର୍ଟ ଦେଇଛନ୍ତି ।

ଏହି ରିପୋର୍ଟରେ କୁହାଯାଇଛି ଯେ ପ୍ରାୟ ୧୦୦ରୁ ଅଧିକ ପାକିସ୍ତାନୀ ଓ ଆଫଗାନ ଆତଙ୍କବାଦୀଙ୍କୁ ପାକ-ଅଧିକୃତ କଶ୍ମୀରର ଲିପାଭ୍ୟାଲିରେ ଠୁଳ କରିଛି ପାକିସ୍ତାନ । ଏଥିରେ ଜୈସ-ଇ-ମହମ୍ମଦ, ଲସ୍କର-ଇ-ତୋଇବା ଆଦି ସଂଗଠନର ଆତଙ୍କବାଦୀ ଅଛନ୍ତି । ଏମାନେ କେବଳ କଶ୍ମୀର ନୁହେଁ, ଭାରତର ରାଜଧାନୀ ନୂଆଦିଲ୍ଲୀ, ମୁମ୍ବଇ,ଚେନ୍ନାଇ, ବାଙ୍ଗାଲୋର ପ୍ରଭୃତି ବଡ଼ ବଡ଼ ସହରରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରୁଥିବା ଗୁଇନ୍ଦା ରିପୋର୍ଟରେ କୁହାଯାଇଛି ।

ଭାରତରେ ଆତଙ୍କବାଦୀ ଆକ୍ରମଣ ସଂଖ୍ୟା ବଢାଇବାକୁ ଗତ ୧୯ ଓ ୨୦ ତାରିଖରେ ପାକିସ୍ତାନ ଅଧିକୃତ କଶ୍ମୀରର ବାହାବଲପୁରଠାରେ ଜୈସ କମାଣ୍ଡରମାନଙ୍କ ଏକ ବଡ଼ ବୈଠକ ହୋଇଥିଲା । ଏଥିରେ ମାସୁଦ ଆଝାରର ଭାଇ ମୁଫତି ରୌଫ ଅସଗର ଯୋଗ ଦେଇଥିଲା ।

ସମ୍ବନ୍ଧିତ ଖବର