ସମଗ୍ର ବିଶ୍ୱରେ ୧ଲକ୍ଷ କରୋନାଭାଇରସ୍ ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି

ନୂଆଦିଲ୍ଲୀ: ସୋମବାର ସୁଦ୍ଧା ସମଗ୍ର ବିଶ୍ୱରେ ୧ ଲକ୍ଷରୁ ଅଧିକ କରୋନାଭାଇରସ୍ ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଥିବା ଜଣାପଡ଼ିଛି । ଜନ୍ସ୍ ହପକିନ୍ସ୍ ୟୁନିଭର୍ସିଟି ତଥ୍ୟ ଅନୁସାରେ, ଏପର୍ଯ୍ୟନ୍ତ ବିଶ୍ୱର ୧୯୨ଟି ଦେଶରେ କରୋନାଭାଇରସ୍ ସଂକ୍ରମଣ ହୋଇ ୩ ଲକ୍ଷ ୫୦ ହଜାର ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ ୧୫ ହଜାର ମୃତ୍ୟୁବରଣ କରିଛନ୍ତି ଏବଂ ୧ଲକ୍ଷରୁ ଅଧିକ ସୁସ୍ଥ ହୋଇଛନ୍ତି ।

Image Source: Hindustan Times

ଚୀନରେ ୮୧ ହଜାର ବ୍ୟକ୍ତି କରୋନାଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥିଲେ । ସେଥିରୁ ୭୨ ହଜାର ସୁସ୍ଥ ହୋଇଛନ୍ତି ଏବଂ ୩୨୦୦ରୁ ଅଧିକ ମୃତ୍ୟୁବରଣ କରିଛନ୍ତି । କରୋନାଭାଇରସର ଉତ୍ପତ୍ତି ସ୍ଥାନ ବୋଲି ବିଶ୍ୱାସ କରାଯାଉଥିବା ଚୀନର ହୁବେଇ ପ୍ରଦେଶରେ ପ୍ରାୟ ୬୦ ହଜାର ବ୍ୟକ୍ତି ସୁସ୍ଥ ହୋଇଛନ୍ତି ।

Image Source: The Hill

ସେହିଭଳି ଇଟାଲିରେ କରୋନାଭାଇରସ ଦ୍ୱାରା ୫୯୦୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୫, ୪୦୦ ଜଣଙ୍କର ମୃତ୍ୟୁ ଘଟିଛି ଓ ୭୦୦୦ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି ।
ଯୁକ୍ତରାଷ୍ଟ୍ର ଆମେରିକାରେ ମଧ୍ୟ ୩୫ ହଜାର ବ୍ୟକ୍ତି କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ଖବର ମିଳିଛି । ସେଥିରୁ ୪୭୦ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୦୦ ବ୍ୟକ୍ତି ସୁସ୍ଥ ହୋଇଛନ୍ତି ।

ଭାରତରେ ଆକ୍ରାନ୍ତ ହୋଇଥିବା ୪୯୯ଜଣଙ୍କ ମଧ୍ୟରୁ ୯ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୩ ଜଣ ସୁସ୍ଥ ହୋଇଛନ୍ତି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିବା ଅନୁସାରେ, ବିଭିନ୍ନ ବ୍ୟକ୍ତିବିଶେଷଙ୍କ ଠାରେ ଏହି ସଂକ୍ରମଣ ଭିନ୍ନ ଭିନ୍ନ ମାତ୍ରାରେ ଦେଖା ଦେଉଛି । ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ତଥା ଫୁସଫୁସ୍ ଏବଂ ମଧୁମେହ ରୋଗଥିବା ବ୍ୟକ୍ତିଙ୍କଠାରେ ସଂକ୍ରମଣ ହେଲେ ତାହା ଆୟତ୍ତ ବାହାରକୁ ଚାଲି ଯାଉଥିବା ଦେଖାଯାଉଛି ।

ସମ୍ବନ୍ଧିତ ଖବର