ଜୁନ ୬ ସୁଦ୍ଧା କାଶ୍ମୀରରେ ୧୦୩ ଆତଙ୍କବାଦୀଙ୍କୁ ନିପାତ କରିଛି ଭାରତୀୟ ସେନା : ରିପୋର୍ଟ

ନୂଆଦିଲ୍ଲୀ : ଚଳିତ ବର୍ଷ ଏପର୍ଯ୍ୟନ୍ତ ଜାମ୍ମୁ ଓ କାଶ୍ମୀରରେ ଭାରତୀୟ ସେନା ପ୍ରାୟ ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରିଛି । ଜୁନ ୬ ସୁଦ୍ଧା ମୋଟ ୧୦୩ ଜଣ ଆତଙ୍କବାଦୀଙ୍କୁ  ମାରିଦିଆଯାଇଛି ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ସୁତ୍ରରୁ ଜଣାପଡିଛି । ଏହି ସମୟ ସୁଦ୍ଧା ପାକିସ୍ତାନ ପ୍ରାୟ ୧୧୭୦ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି । ଗତ ବର୍ଷ ଅର୍ଥାତ ୨୦୧୮ରେ ସେନା ୨୫୪ ଆତଙ୍କବାଦୀଙ୍କ ନିପାତ କରିଥିଲା ।  ତେବେ ଚଳିତ ବର୍ଷ ଏହି ସଂଖ୍ୟା ଆାହୁରି ବଢିବାର ସମ୍ଭାବନା ରହିଛି ।

ଅମିତ ଶାହା ଗୃହମନ୍ତ୍ରୀ ହେବା ପରେ ୧୦ ଜଣ ଆତଙ୍କବାଦୀ କମାଣ୍ଡରଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି ।ଏହି ତାଲିକାରେ ଥିବା ଆତଙ୍କବାଦୀମାନଙ୍କ ମଧ୍ୟରେ ଅଛନ୍ତି ହିଜବୁଲ ମୁଜାହିଦ୍ଦିନ ମୁଖ୍ୟ ରିଆଜ ନାଇକୋ, ଲସ୍କର-ଇ-ତୋଇବାର ଡିଷ୍ଟ୍ରିକ୍ଟ କମାଣ୍ଡର ଓ୍ଵାସିମ ଅହମ୍ମଦ ଓରଫ ଓସାମା ଓହିଜବୁଲର ଅସରଫ ମୌଲବୀ  । ଏହି ତାଲିକାରେ ଥିବା ଆଉ କେତେକ ଆତଙ୍କବାଦୀ ହେଲେ ହିଜବୁଲର ମେହରାଜୁଦ୍ଦିନ, ଡଃ ସଇଫୁଲିଲା ମୀର, ହିଜବୁଲର ଅସ୍ରଫ ଉଲ ହକ, ଜୈସ-ଇ-ମହମ୍ମଦର ହାଫିଜ ଓମାର ଓ ଜାହିଦ ଶେଖ । ଏମାନଙ୍କୁ ଖୋଜି ଖୋଜି ନିପାତ କରାଯିବ ।

 

 

ସମ୍ବନ୍ଧିତ ଖବର