ହାଇତିରେ ୫. ୪ ତୀବ୍ର ଭୂମିକମ୍ପ ଯୋଗୁଁ ୧୧ ମୃତ

ପୋର୍ଟ-ଔ-ପ୍ରିନ୍ସ୍‌: ବିଳମ୍ବିତ ଶନିବାରେ ହାଇତି ଉପକୂଳର ଉତ୍ତରପଶ୍ଚିମକୁ ୫. ୯ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଯୋଗୁଁ ୧୧ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବା ସହ ବହୁ କୋଠାବାଡ଼ି ନଷ୍ଟ ହୋଇଛି।

ୟୁଏସ୍‌ ଜିଓଲୋଜିକାଲ୍‌ ସର୍ଭେ ରିପୋର୍ଟ ଅନୁସାରେ, ଏହି କାରିବିୟାନ୍‌ ରାଷ୍ଟ୍ରର ପୋର୍ଟ-ଡି-ପୈକ୍ସ୍‍ ସହରର ଉତ୍ତରପଶ୍ଚିମ ଦିଗକୁ ପ୍ରାୟ ୧୯ କିଲୋମିଟର୍‌ ଦୂରରେ ଥିଲା ଭୂମିକମ୍ପର କେନ୍ଦ୍ରସ୍ଥଳ।

ସରକାରୀ ମୁଖପାତ୍ର ଏଡି ଜ୍ୟାକ୍‌ସନ୍‌ ଆଲେକ୍ସିସ୍‌ କହନ୍ତି ଯେ ଏଯାବତ୍‌ ୧୧ ଜଣ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଥିବା ଖବର ମିଳିଛି।

ଭୂମିକମ୍ପ ରାତି ୮ଟା ୧୦ ମିନିଟ୍‌ରେ ଭୂଗର୍ଭର ୧୧. ୭ କିଲୋମିଟର୍‌ ଅଭ୍ୟନ୍ତରରେ ସଂଘଠିତ ହୋଇଥିଲା।

ରାଜଧାନୀ ପୋର୍ଟ-ଡି-ପ୍ରିନ୍‌ସ୍‌ରେ କମ୍ପନ ଅନୁଭୂତ ହେବାରୁ ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ। କାରଣ ୨୦୧୦ରେ ଏଠାରେ ଯେଉଁ ଭୂମିକମ୍ପ ହୋଇଥିଲା ସେଥିରେ ଅନ୍ୟୂନ ୨୦୦, ୦୦୦ ଲୋକ ପ୍ରାଣ ହରାଇବା ସହ ୩୦୦, ୦୦୦ ଲୋକ ଆହତ ହୋଇଥିଲେ।

ଶନିବାର ଭୂମିକମ୍ପରେ ଆହତ ହୋଇଥିବା ଲୋକମାନଙ୍କୁ ଏରିଆ ହସ୍‌ପିଟାଲ୍‌ଗୁଡ଼ିକରେ ଚିକିତ୍ସା କରାଯାଉଛି।

ସମ୍ବନ୍ଧିତ ଖବର