ମାଆ, ଖୁଡ଼ୀ ଓ ଅଜ୍ଞାତ ମହିଳାଙ୍କୁ ଉଦ୍ଧାର କରିବାକୁ ତିନି ଥର ଭରା ବ୍ରହ୍ମପୁତ୍ରକୁ ଲମ୍ଫ ଦେଲା ୧୧ ବର୍ଷିୟ ବାଳକ

ଗୌହାଟୀ: ମାଆ, ଖୁଡ଼ୀ ଓ ଜଣେ ଅଜ୍ଞାତ ମହିଳାଙ୍କୁ ଉଦ୍ଧାର କରିବାକୁ ଜଣେ ୧୧ ବର୍ଷିୟ ବାଳକ ଜୀବନରୁ ପାଣିଛଡ଼ାଇ ୩ ଥର ବ୍ରହ୍ମପୁତ୍ର ନଦୀ ଭିତରକୁ ଲମ୍ଫ ଦେଇଥିଲେ। ନଚେତ ସେମାନେ ବଞ୍ଚି ପାରି ନ ଥାଆନ୍ତେ।

ଉତ୍ତର ଗୌହାଟୀରୁ ଆରକୂଳକୁ ଯାତାୟାତ କରୁଥିବା ଡିଙ୍ଗିଟି ବୁଧବାର ଦିନ ଏ ଖୁଣ୍ଟିରେ ପିଟି ହୋଇ ଓଲଟି ପଡ଼ିଥିବାରୁ ଦୁର୍ଘଟଣା ଘଟିଥିଲା। ସେତେବେଳେ ୧୧ ବର୍ଷିୟ ବାଳକ କମଳ କିଶୋର ଦାସ ନିଜ ଜେଜିମାଙ୍କୁ ଆରକୂଳରେ ଛାଡ଼ି ଆସିଥିଲା।

ଡଙ୍ଗା ଓଲଟି ପଡ଼ିବାରୁ ମାଆ ଚିତ୍କାର କରି କମଳକୁ କହିଲେ କି, କୂଳକୁ ପହଁରି ଯାଆ। ସେ ପହଁରି ଯାଇ ଦେଖିଲା ବେଳକୁ ମାଆ ଆସି ନାହିଁ।
କମଳ କହେ: ଡିଙ୍ଗି ଖୁଣ୍ଟିରେ ଧକ୍କା ଖାଇ ଓଲଟି ପଡ଼ିବା ପରେ ମାଆ କହିଲା ଜୋତା ଓହ୍ଲାଇ ପକାଇ କୂଳକୁ ପହଁରି ଯାଆ। ମୁଁ କୂଳକୁ ପହଁରି ଆସିଲି। କୂଳରେ ପହଞ୍ଚି ଦେଖିଲି ମାଆ ଓ ଖୁଡ଼ୀ ଆସି ପାରି ନାହାନ୍ତି। ମୋ ମାଆ ପହଁରି ପାରେ ନାହିଁ।

ଅଗତ୍ୟା ଆଉ କିଛି ନ ବିଚାରି ସେମାନଙ୍କୁ ଉଦ୍ଧାର କରିବାକୁ କମଳ ପୁଣି ବ୍ରହ୍ମପୁତ୍ର ନଦୀକୁ ଡେଇଁଲା। ଥରେ ନୁହେଁ ୨୦ ମିନିଟ୍‌ ଭିତରେ ତାକୁ ୩ ଥର ନଈକୁ ଲମ୍ଫ ଦେବାକୁ ପଡ଼ିଥିଲା। ଭରା ନଈ; ପୁଣି ଚାରିଆଡ଼େ କୋଳାହଳ।

କମଳ ପୁଣି କହେ: ମୁଁ ଦୁର୍ଘଟନା ସ୍ଥଳକୁ ପହଁରି ଯାଇ ମାଆକୁ ଦେଖିଲି। ପାଣିରେ ଖର ସୁଅ ପଡ଼ିଥାଏ। ମୁଁ ଖାଲି ତା’ କେଶକୁ ଧରି ପାରିଲି। ତା’ପରେ କୌଣସି ମତେ ପହଁରି ପହଁରି ତା’ ହାତକୁ ଧରି ଖୁଣ୍ଟି ପାଖକୁ ଟାଣି ଆଣିଲି। ପୁଣି ହଠାତ୍‌ ଦେଖିଲି ଟିକେ ଦୂରରେ ଖୁଡ଼ୀ ପରି ଦେଖା ଯାଉଥିବା ଆଉ ଜଣେ ସ୍ତ୍ରୀଲୋକ। ମୁଁ ପୁଣି ପାଣିକୁ ଲମ୍ଫ ଦେଇ ତାଙ୍କୁ ଖୁଣ୍ଟି ପାଖକୁ ଟାଣି ଆଣିଲି।

ପୁଣି ଦେଖିଲି ପିଲାଟିଏ କାଖେଇ ବୁର୍ଖାପିନ୍ଧା ଜଣେ ମହିଳା ଭାସି ରହିବାକୁ ଚେଷ୍ଟା କରୁଛନ୍ତି। ମୁଁ ପୁଣି ପାଣିକୁ ଡେଇଁ ତାଙ୍କୁ ଟାଣି ଟାଣି
ରିଜର୍ଭର୍‌ର କଂକ୍ରିଟ୍‌ ସ୍ଲାବ୍‌ ଉପରକୁ ଆଣିଲି। ସୁଅ ପ୍ରଖର ଥିଲେ ବି ମୁଁ ଡରି ଯାଇ ନ ଥିଲି। ଦୁଃଖର କଥା ପିଲାଟି ତାଙ୍କ କୋଳରୁ ଖସି ଯାଇ ପାଣିରେ ଭାସିଗଲା। ଏ ସବୁ ଏତେ ଜଲ୍‌ଦି ଘଟିଲା ଯେ କିଛି କରିବାକୁ ମୁଁ ସମୟ ପାଇଲି ନାହିଁ।

କମଳର ମାଆ ଜିତୁମଣି କହନ୍ତି: ମୋ ଜୀବନ ତା’ ପାଖରେ ବନ୍ଧା ପକାଇଲି। ମୁଁ ଜାଣି ଥିଲି ସେ ନିଜକୁ ବଞ୍ଚାଇ ପାରିବ। କାରଣ ଅଭ୍ୟାସ ପାଇଁ ସେ ସପ୍ତାହକୁ ଦୁଇ ଥର ବ୍ରହ୍ମପୁତ୍ରରେ ପହଁରୁ ଥିଲା।

ସମ୍ବନ୍ଧିତ ଖବର