ଚର୍ଚ୍ଚାରେ କାନ୍ଥର ୧୧ ପାଇପ୍‌

ନୂଆଦିଲ୍ଲୀ ଦିଲ୍ଲୀ ବୁରାଡ଼ି ସାମୂହିକ ଆତ୍ମହତ୍ୟା ଘଟଣାରେ ପୁଲିସକୁ ଆଉଏକ ରହସ୍ୟଜନକ ତଥ୍ୟ ମିଳିଛି। ଆତ୍ମହତ୍ୟା ପଛରେ ପୂଜାପାଠ, ତନ୍ତ୍ର ସାଧନା ସଂପର୍କିତ କେତେକ ପ୍ରମାଣ ମିଳିଛି। ୧୧ ଶବ ମିଳିଥିବା ଘରର ବାହାର କାନ୍ଥରେ ୧୧ଟି ପାଇପ୍‌ ପୋତାଯାଇଥିବା ଦେଖିବାକୁ ମିଳିଛି। ତନ୍ମଧ୍ୟରୁ ୪ଟି ପାଇପ୍‌ ବଡ଼ ଥିବା ବେଳେ ୭ଟି ଛୋଟ ଓ ତଳମୁହାଁ ଅବସ୍ଥାରେ ମିଳିଛି। ଅନ୍ୟ ଏକ ପାଇପ୍‌ କିଛି ଦୂରରେ ଥିବା ବେଳେ ଏହାର ମୁହଁ ମଧ୍ୟ ତଳକୁ ରହିଛି। ଏହି କାନ୍ଥ ସମ୍ମୁଖରେ ଏକ ଫ୍ଲାଟ୍‌ ଥିବା ବେଳେ କେହି ତାନ୍ତ୍ରିକ ଏହି ପାଇପ୍‌ ମଧ୍ୟ ଦେଇ ତନ୍ତ୍ରମନ୍ତ୍ର କରିଥିବା ପୁଲିସ ଅନୁମାନ ଲଗାଇଛି। ଇତିମଧ୍ୟରେ ସମ୍ପର୍କୀୟଙ୍କ ଅନୁରୋଧକ୍ରମେ ମୃତକମାନଙ୍କ ଚକ୍ଷୁଗୁଡ଼ିକୁ ଦାନ କରାଯାଇଛି।

ସମ୍ବନ୍ଧିତ ଖବର