ବାରାଣାସୀରେ ନିର୍ମାଣାଧୀନ ଫ୍ଲାଏଓଭର ଭାଙ୍ଗି ୧୨ ମୃତ

ବାରାଣାସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ମଣ୍ଡଳୀ ବାରାଣାସୀରେ ଏକ ନିର୍ମାଣାଧୀନ ଫ୍ଲାଏଓଭର ଭାଙ୍ଗିପଡିବାରୁ ୧୨ ଜଣ ଲୋକ ମୃତ୍ୟୁ ବରଣ କରିଛନ୍ତି । ମିଳିଥିବା ସୂତନା ମୁତାବକ ବାରାଣାସୀ କାଣ୍ଟ ରେଳ ଷ୍ଟେସନ ନିକଟରେ ଏହି ଫ୍ଲାଏ ଓଭରଟି ତିଆରି ହେଉଥିଲା । ଏହି ଫ୍ଲାଏଓଭରର ଏକ ବିମ୍‌ ତଳେ ପଡିଯାଇଥିବାରୁ ତଳେ ଯିବାଆସିବା କରୁଥିବା ଯାନବାହାନ ଓ ଲୋକେ ତା ତଳେ ରହିଯାଇଥିଲେ । ଏହି ବିମ ତଳେ ଆହୁରି କେତେକ କାର ଚପିହୋଇ ରହିଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ତୁରନ୍ତ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଓ ମନ୍ତ୍ରୀ ନୀଳକଣ୍ଠ ତିଓ୍ଵାରୀଙ୍କୁ ଘଟଣାସ୍ଥଳକୁ ପଠାଇଛନ୍ତି । ଏହା ସହିତ ରିଲିଫ କାର୍ଯ୍ୟକୁ ତ୍ୱରାନ୍ଵିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର