ଉତ୍ତରାଖଣ୍ଡରେ ମର୍ମନ୍ତୁଦ ବସ ଦୁର୍ଘଟଣା, ୧୨ ଜଣ ମୃତ

ଡେରାଡୁନ: ଉତ୍ତରାଖଣ୍ଡରେ ଆଜି ଏକ ମର୍ମନ୍ତୁଦ ବସ ଦୁର୍ଘଟଣାରେ ୧୨ ଜଣ ମୃତ୍ୟ ୁବରଣ କରିଛନ୍ତି ଓ ୮ରୁ ଅଧିକ ଆହତ ହୋଇଛନ୍ତି । ଆଜି ସକାଳେ ରାଜ୍ୟର ଦାମତା ଅଂଚଳରେ ଏକ ଯାତ୍ରୀବାହୀ ମିନିବସ ୨୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଉତ୍ତରକାଶୀ-ଯମୁନେତ୍ରୀ ହାଇେଓ୍ଵର ପାହାଡିଆ ଘାଟି ରାସ୍ତାରେ ଯାଉଥିବାବେଳେ ତାହା ଏକ ଖାତରେ ଖସିପଡିଥିବା ଜଣାଯାଇଛି । ଡ୍ରାଇଭର ବସ ଉପରୁ ନିୟନ୍ତ୍ରଣ ହରାଇବାରୁ ବସଟି ଗଭୀର ଖାତରେ ଖସିପଡିଥିଲା । ଦୁର୍ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚିବା ସହ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି । ଆହତ ମାନଙ୍କୁ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଛି । କେତେକଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାଯାଇଛି ।

ଗତ ଅକ୍ଟୋବର ମାସରେ ମଧ୍ୟ ରାଜ୍ୟରେ ଏପରି ଏକ ଦୁର୍ଘଟଣା ହୋଇଥିଲା । ଏକ ମିନି ବସର ଚାଳକ ଭାରସାମ୍ୟ ହରାଇବାରୁ ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁବରଣ କରିଥିବାବେଳେ ଓ ୫ ଜଣ ଗୁରୁତର ଆହତ ହୋଇଥିଲେ । ସେହିପରି ଜୁଲାଇ ମାସରେ ମଧ୍ୟ ଏକ ବଡଧରଣର ବସ ଦୁର୍ଘଟଣା ଘଟିଥିଲା । ଏକ ବସ ଗଭୀର ଖାତକୁ ଖସି ୧୬ ଜଣ ମୃତ୍ୟୁବରଣ କରିଥିଲେ ।

ସମ୍ବନ୍ଧିତ ଖବର