୧୨ ବର୍ଷ ତଳେ ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ପୁଅ ଘରକୁ ବାହୁଡ଼ିଲା ! ଅସମ୍ଭବ ମନେ ହେଉଥିଲେ ବି ସତ

ବୁଲନ୍ଦସହର : ମୃତ୍ୟୁ ପରେ ଜୀବନ ଫେରି ପାଇବା କେବଳ ଚଳଚ୍ଚିତ୍ରମାନଙ୍କରେ ଦେଖିବାକୁ ମିଳିଥାଏ । ବାସ୍ତବ ଜୀବନରେ ଏହା ଆଦୌ ସମ୍ଭବ ନୁହେଁ । କିନ୍ତୁ ଏଭଳି ଅସମ୍ଭବ ଘଟଣା ଘଟିଛି ଉତ୍ତରପ୍ରଦେଶର ବୁଲନ୍ଦସହରରେ । ୧୨ବର୍ଷ ପୂର୍ବେ ଜଣେ ବାଳକ ସାପ କାମୁଡ଼ାରେ ମୃତ୍ୟୁବରଣ କରିଥିବା ବେଳେ ୧୨ବର୍ଷ ପରେ ସେ ଘରକୁ ଫେରିଥିବା ଜଣାପଡ଼ିଛି । ଏହି ଖବର ପ୍ରସାରିତ ହେବା ପରେ ଏବେ ସେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । କିଛି ଲୋକ ଏହାକୁ ବିଶ୍ୱାସ କରି ପାରୁ ନ ଥିବା ବେଳେ ଯୁବକଙ୍କ ପରିବାର ଲୋକେ ଖୁସି କମ୍‌, ଆଶ୍ଚର୍ଯ୍ୟ ଅଧିକ ହୋଇଛନ୍ତି ।

ସୂଚନା ମୁତାବକ, ବୁଲନ୍ଦସହର ଜିଲ୍ଲାରେ ରହୁଥିବା ମଦନ ସିଂଙ୍କ ପୁଅ ୧୨ବର୍ଷ ପୂର୍ବେ ସାପ କାମୁଡ଼ାରେ ମୃତ୍ୟୁବରଣ କରିଥିଲେ । ସେ ସମୟରେ ତାଙ୍କ ପୁଅକୁ ୩ ବର୍ଷ ବୟସ ହୋଇଥିଲା । ସାପ କାମୁଡ଼ିବାରୁ ପରିବାର ଲୋକେ ଚିକିତ୍ସା କରିବାକୁ ଚେଷ୍ଟା କରି ମଧ୍ୟ କୌଣସି ସୁଫଳ ପାଇ ନ ଥିଲେ । ଏହା ପରେ କୌଣସି ବାଟ ନ ପାଇ ସେମାନେ ତାଙ୍କ ପୁଅ ଗଗନର ମୃତଦେହକୁ ଗଙ୍ଗା ନଦୀରେ ଭସାଇ ଦେଇଥିଲେ। ପରେ କିଛି ସାପୁଆ କେଳା ଗଗନଙ୍କୁ ଉଦ୍ଧାର କରି ଚିକିତ୍ସା କରିଥିଲେ । ଯାହା ଫଳରେ ସେ ସୁସ୍ଥ ହୋଇ ଯାଇଥିଲେ । କିନ୍ତୁ ତାଙ୍କ ଘର କେଉଁଠି ସେ ସବୁ ବିଷୟରେ ଭୁଲି ଯାଇଥିଲେ ଗଗନ ।

NDTV.com

୧୨ବର୍ଷ ପରେ ସାପୁଆ କେଳାଙ୍କ ସହ ନିଜ ଗାଁକୁ ଆସିଥିଲେ ଗଗନ । ଯେଉଁଠି ପରିବାର ଲୋକଙ୍କ ନଜର ଗଗନଙ୍କ ଉପରେ ପଡ଼ିଥିଲା । ଗଗନଙ୍କୁ ଦେଖିବା ପରେ ପରିବାର ଲୋକଙ୍କ ସନ୍ଦେହ ହେବାରୁ ସତ ଜାଣିବା ପାଇଁ ୩ ବର୍ଷ ବୟସରେ ଗଗନ କରିଥିବା ସ୍ୱସ୍ତିକ୍‌ ଚିହ୍ନ ଅଛି କି ନାହିଁ ଜାଣିବାକୁ ପ୍ରୟାସ କରିଥିଲେ । ପରେ ଉକ୍ତ ବାଳକଙ୍କ ଛାତିରେ ଚିହ୍ନ ଦେଖି ପରିବାର ଲେକେ ସେ ତାଙ୍କ ପୁଅ ବୋଲି ଜାଣି ପାରିଥିଲେ ।

ସମ୍ବନ୍ଧିତ ଖବର