ଠିଆ ହୋଇଥିବା ଟ୍ରକ୍‌ ସହ ମିନି ବସ୍‌ ଧକ୍କା ଖାଇବାରୁ ୧୩ ଅମରନାଥ ଯାତ୍ରୀ ଆହତ

ଜମ୍ମୁ: ଗୁରୁବାର ଦିନ ଜମ୍ମୁ ଓ କଶ୍ମୀର ଜାତୀୟ ରାଜପଥରେ ଠିଆ ହୋଇଥିବା ଏକ ଟ୍ରକ୍‌ ସହ ଅମରନାଥ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ମିନି ବସ୍‌ ଧକ୍କା ଖାଇବାରୁ ଅନ୍ୟୂନ ତେର ଜଣ ଯାତ୍ରୀ ଆହତ ହୋଇଛନ୍ତି।

ବାର୍ଷିକ ତୀର୍ଥ ଯାତ୍ରା ପାଇଁ ଭଗବତୀ ନଗର ବେସ୍‌ କ୍ୟାମ୍ପ୍‌ରୁ ୬୮୦ ଜଣ ମହିଳା ଏବଂ ୨୦୧ ଜଣ ସାଧୁଙ୍କ ସମେତ ୩, ୪୧୯ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ସଦ୍ୟ ବ୍ୟାଚ୍‌ର ଯାତ୍ରୀମାନଙ୍କୁ ନେଇ ଯାଉଥିବା ଯାନସମୂହର ଅଂଶବିଶେଷ ଥିଲେ ଆହତ ଯାତ୍ରୀମାନେ।

ଘଟଣା ସମ୍ପର୍କରେ ଉଧାମପୁର ଏସ୍‌ଏସ୍‌ପି ରୟିସ୍‌ ଭଟ୍ଟ କହନ୍ତି ୨-୩ ଜଣ ଲୋକ ସାଙ୍ଘାତିକ ଆହତ ହୋଇଛନ୍ତି କିନ୍ତ, ୧୩ ଜଣଯାକ ଦମ୍ଭିଲା ଅଛନ୍ତି।

ଅନ୍ୟ ଜଣେ ଜମ୍ମୁ ଓ କଶ୍ମୀର ପୁଲିସ ଅଧିକାରୀ କହନ୍ତି: ଜମ୍ମୁ ଠାରୁ ୭୦ କିଲୋମିଟର୍‌ ଦୂରସ୍ଥିତ ଉଧାମପୁର ଜିଲ୍ଲାର ମାଲାର୍ଡ ଅନ୍ତର୍ଗତ ଧର୍ମା ପୋଲ ନିକଟରେ ଭୋର୍‌ ପ୍ରାୟ ୫ଟା ୩୦ ମିନିଟ୍‌ ସମୟରେ ଚାଳକ ନିୟନ୍ତ୍ରଣ ହରାଇବାରୁ ଟେମ୍ପୋଟି ଠିଆ ହୋଇଥିବା ଗୋଟାଏ ଟ୍ରକ୍‌ରେ ଧକ୍କା ଖାଇଥିଲା।

ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀମାନଙ୍କୁ ତୁରନ୍ତ ଉଧାମପୁରସ୍ଥିତ ଜିଲ୍ଲା ହସ୍‌ପିଟାଲ୍‌ରେ ଦାଖଲ କରାଯାଇଥିଲା।

ସାଙ୍ଘାତିକ ଆହତ ହୋଇଥିବା ଯାତ୍ରୀମାନଙ୍କୁ ସରକାରୀ ମେଡିକାଲ୍‌ କଲେଜ ହସ୍‌ପିଟାଲ୍‌କୁ ନିଆଯାଇଛି।

ଆହତ ଯାତ୍ରୀଙ୍କ ମଧ୍ୟରୁ ୧୦ ଜଣଙ୍କ ଘର ଉତ୍ତର ପ୍ରଦେଶର ଝାନ୍‌ସୀ, ଅନ୍ୟ ତିନି ଜଣଙ୍କ ଘର ମଧ୍ୟପ୍ରଦେଶର ଗୋଆଲିୟର୍‌ବାସୀ।

ଦୁର୍ଘଟଣା ସମ୍ପର୍କରେ ଉଧାମପୁର ସାଂସଦ ଜିତେନ୍ଦ୍ର ସିଂହ କହନ୍ତି: ସକାଳ ଠାରୁ ଆମେ ବରାବର ଉଧାମପୁର ଡିସି ଏବଂ ପ୍ରଶାସନ ସହ ଯୋଗସୂତ୍ର ରଖିଛୁ। ସମସ୍ତ ଆହତ ଯାତ୍ରୀ ଜିଲ୍ଲା ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି ଏବେ ସେମାନେ ବିପଦମୁକ୍ତ। ଆବଶ୍ୟକ ସମସ୍ତ ସହାୟତା ଯୋଗାଇ ଦିଆ ଯାଉଛି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଘର ଝାନ୍‌ସୀ ଓ ତାହା ଚର୍ତୁପାର୍ଶ୍ୱ ଅଞ୍ଚଳର।

ସମ୍ବନ୍ଧିତ ଖବର