ମହାରାଷ୍ଟ୍ର ତାଡ଼ଗାଓଁ ଜଙ୍ଗଲ ମଧ୍ୟରେ ଏନ୍‌କାଉଣ୍ଟର ୧୪ ନକ୍ସଲ ମୃତ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଭମ୍ରାଗଡ଼ ଜିଲ୍ଲା ଅନ୍ତର୍ଗତ ତାଡ଼ଗାଓଁ ଜଙ୍ଗଲ ମଧ୍ୟରେ ଆତ୍ମଗୋପନ କରିଥିବା ନକ୍ସଲମାନଙ୍କ ଉପରେ ଏକ ବଡ଼ ଧରଣର କମ୍ବିଂ ଅପରେସନ୍‌ ଆରମ୍ଭ ହୋଇଛି।

ଏହି କମ୍ବିଂ ଅପରେସନ୍‌ କାଳରେ ସୁରକ୍ଷାକର୍ମୀ ଓ ନକ୍ସଲମାନଙ୍କ ମଧ୍ୟରେ ଘଟିଥିବା ଏନ୍‌କାଉଣ୍ଟରରେ ୧୪ ଜଣ ନକ୍ସଲ ନିହତ ହୋଇଥିବା ଜଣାପଡ଼ିଛି। ନିହତ ୧୪ ଜଣ ନକ୍ସଲଙ୍କ ମଧ୍ୟରେ ସାଇନାଥ ଓ ସାଇନ୍‌ୁ ନାମରେ ଦୁଇ ଜଣ ନକ୍ସଲ କମାଣ୍ଡର ମଧ୍ୟ ସାମିଲ ଅଛନ୍ତି। ମହାରାଷ୍ଟ୍ର ପୁଲିସ୍‌ର ଏକ ସ୍ୱତନ୍ତ୍ର କମାଣ୍ଡୋ ବାହିନୀ ପକ୍ଷରୁ ଏହି କମ୍ବିଂ ଓ ଏନ୍‌କାଉଣ୍ଟର କରାଯାଇଥିବା ସୂଚନା ଦେଇଛନ୍ତି ମହାରାଷ୍ଟ୍ର ଆଇଜି ଶରଦ ସେଲାର।

ଏହି ରିପୋର୍ଟ ଲେଖାଯିବା ବେଳକୁ ମଧ୍ୟ ନକ୍ସଲଙ୍କ ବିରୋଧରେ ଆରମ୍ଭ ହୋଇଥିବା କମ୍ବିଂ ଓ ଏନ୍‌କାଉଣ୍ଟର ଜାରି ରହିଥିବା ଜଣାପଡ଼ିଛି।

ସବିଶେଷ ରିପୋର୍ଟକୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର