୧୦ ବର୍ଷର ବାଳକ ଦ୍ୱାରା ଗର୍ଭବତୀ ହେଲା ୧୩ ବର୍ଷର ଝିଅ ! ଆଶ୍ଚର୍ଯ୍ୟ ହେଲେ ଡାକ୍ତର, ଚିନ୍ତାରେ ପରିବାର

ମସ୍କୋ:  ଟିଭି ସୋ’ରେ ନିଜ ସମ୍ପର୍କ ବାବଦରେ ଏକ ବିସ୍ମୟକର କଥା କହିଛନ୍ତି ଜଣେ ନାବାଳିକା | ନିଜର ୧୦ ବର୍ଷର ପ୍ରେମିକ କିଭଳି ତାଙ୍କ ଛୁଆର ବାପା ହେବାକୁ ଯାଉଛନ୍ତି ଏହି କାହାଣୀ କହିଛନ୍ତି ଜଣେ ୧୩ ବର୍ଷର ନାବାଳିକା | ଦି ଋଷିଆ ଚ୍ୟାନେଲରେ ପ୍ରଦର୍ଶିତ ଏକ  ସୋ’ରେ ଋଷିଆର ହେଲେଁଙ୍ଗସରକ ସହରର ଡରିୟା ଓ ଇବାନ ନାମକ ଦମ୍ପତି ନିଜ ସମ୍ପର୍କର କାହାଣୀ ବଖାଣିଛନ୍ତି | କିଭଳି ବର୍ଷେ ତଳେ ସେମାନଙ୍କ ପ୍ରେମ ଆରମ୍ଭ ହୋଇଥିଲା ଓ ସେ ଗର୍ଭବତୀ ହୋଇଥିଲେ ତାହା ପ୍ରକାଶ କରିଛନ୍ତି |

ଗର୍ଭବତୀ ହୋଇଥିବା ୧୩ ବର୍ଷର ଝିଅ ଜଣକ କହିଛନ୍ତି ଯେ ତାଙ୍କ ଗର୍ଭରେ ବଢୁଥିବା ଶିଶୁର ବାପା ହେଉଛନ୍ତି ତାଙ୍କ ୧୦ ବର୍ଷର ପ୍ରେମିକ | ଝିଅ ଜଣକ କହିଛନ୍ତି ଯେ ବର୍ଷେ ତଳେ ସେ ପ୍ରେମିକାଙ୍କୁ ଭେଟିଥିଲେ ଓ ପ୍ରଥମ ଦେଖାରେ ହିଁ ପ୍ରେମ ହୋଇଯାଇଥିଲା | ତେବେ ପ୍ରେମିକ ଇବାନଙ୍କ ଡାକ୍ତରଙ୍କ କହିବା ମୁତାବକ ସେ କେବେ ବି ଏହି ଛୁଆର ବାପା ହୋଇପାରିବେ ନାହିଁ|

କାରଣ ୧୦ ବର୍ଷ ବୟସ ହୋଇଥିବାରୁ ଶୁକ୍ରାଣୁ ଉତ୍ପାଦନ କରିବାର କ୍ଷମତା ଆସିନାହିଁ | ତେବେ ଉଭୟ ପୁଅ-ଝିଅଙ୍କ ଅଭିଭାବକଙ୍କ ସହମତିରେ ହିଁ ଏହି ଦୁଇଜଣ ପିଲା ଟେଲିଭିଜନ ସୋ’ରେ ସାମିଲ ହୋଇଥିଲେ | ପ୍ରେମିକା ଡରିୟାଙ୍କ ମା’ଙ୍କ କହିବା ମୁତାବକ ଏହି ସମ୍ପର୍କ ନିଶ୍ଚିତ ସତ ହୋଇଥିବ କାରଣ ତାଙ୍କ ଝିଅ ଏହାକୁ ସ୍ୱୀକାର କରିଛି | ସେହିପରି ପ୍ରେମିକ ଇବାନଙ୍କ ମା’ ମଧ୍ୟ କହିଛନ୍ତି ଯେ ପୁଅ ମଧ୍ୟ ସତ କହୁଛି |

ସମ୍ବନ୍ଧିତ ଖବର