ତ୍ରୁଟିପୂର୍ଣ୍ଣ ପରୀକ୍ଷାଖାତା ମୂଲ୍ୟାଙ୍କନ : ୧୩୦ ଶିକ୍ଷକଙ୍କୁ ନିଳମ୍ବନ କଲା ସିବିଏସଇ, ଓଡ଼ିଶାରୁ ୭

ଭୁବନେଶ୍ୱର : ଦଶମ ଓ  ଦ୍ୱାଦଶ  ଶ୍ରେଣୀ  ବାର୍ଷିକ  ପରୀକ୍ଷାରେ ଭୁଲ ମୂଲ୍ୟାଙ୍କନ କରିଥିବାରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ୧୩୦ ଜଣ ଶିକ୍ଷକଙ୍କୁ ନିଳମ୍ବିତ କରିଛି । ଏହି ତାଲିକାରେ ଭୁବନେଶ୍ୱର ଜୋନର ୭ ଜଣ ଶିକ୍ଷକ ଅଛନ୍ତି । ଏହି ଶିକ୍ଷକମାନେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଖାତାର ଭୁଲ ମୂଲ୍ୟାଙ୍କନ କରିଥିବା ଅଭିଯୋଗ ହେବା ପରେ ସିବିଏସଇ ପକ୍ଷରୁ ପୁନଃମୂଲ୍ୟାଙ୍କନ କରାଯାଇଥିଲା । ଏଥିରେ ଅଭିଯୋଗର ସତ୍ୟତା ଜଣାପଡିବା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହି ୧୩୦ ଜଣଙ୍କ ମଧ୍ୟରୁ ପାଟନା ଜୋନର ୪୫, ଡେରାଡୁନର ୨୭, ଚେନ୍ନାଇର ୧୪, ଆହ୍ଲାବାଦର ୧୧, ଦିଲ୍ଲୀର ୬, ଆଜମେର ଓ ପଞ୍ଚକୁଲାର ୮ ଜଣ ଲେଖାଏଁ ଶିକ୍ଷକ ଅଛନ୍ତି । ସିବିଏସଇର ୧୦ମ ଓ ୧୨ଶ ପରୀକ୍ଷା ଫଳ ମେ ମାସ ଶେଷ ସପ୍ତାହରେ ଘୋଷଣା ହୋଇଥିଲା । କିନ୍ତୁ କେତେକ ଛାତ୍ର ନିଜ ମାର୍କକୁ ନେଇ ଅସନ୍ତୁଷ୍ଟ ଥିବାରୁ ପୁନଃମୂଲ୍ୟାଙ୍କନ ପାଇଁ ଆବେଦନ କରିଥିଲେ ।

ସମ୍ବନ୍ଧିତ ଖବର