ଇଂଲଣ୍ଡ୍‌ର ଦୁର୍ବଳ ଅର୍ଥନୈତିକ ଅଭିବୃଦ୍ଧିର ସମାଧାନ ପାଇଁ ୧୩୦, ୦୦୦ ଡଲାର୍‌ ପୁରସ୍କାର ଘୋଷଣା

ବ୍ଲୁମ୍‌ବର୍ଗ: ଇଂଲଣ୍ଡ୍‌ର ଦୁର୍ବଳ ଅର୍ଥନୈତିକ ବୃଦ୍ଧିର ସମାଧାନ ନିମନ୍ତେ ସମ୍ପୂର୍ଣ୍ଣ ପରିବର୍ତ୍ତନକାରକ ଚିନ୍ତାଧାରା ଦେବା ନିମନ୍ତେ ବୁଧବାର ଦିନ ୧୩୦, ୦୦୦ ଡଲାର୍‌ ପୁରସ୍କାର ଥିବା ଏକ ନୂତନ ପ୍ରତିଯୋଗିତା ଆରମ୍ଭ ହୋଇଛି।

ଆସନ୍ତା ପାଞ୍ଚବର୍ଷରେ ଇଂଲଣ୍ଡର ଆର୍ଥିକ ଅଭିବୃଦ୍ଧି ୧. ୬ ଟପିଯିବ ନାହିଁ ବୋଲି ସରକାରୀ ଭବିଷ୍ୟବକ୍ତାମାନେ ଘୋଷଣା କରିବାର ଗୋଟିଏ ସପ୍ତାହ ପରେ ଏବଂ ବ୍ରିକ୍‌ସିଟ୍‌ ଅଦ୍ଭୁଥାନ ଯୋଗୁଁ ‘ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ପବ୍ଲିକ୍‌ ପଲିସି ରିସର୍ଚ’ ପରିବର୍ତ୍ତନକାରୀ ଚିନ୍ତନ ଅନେ୍ଵଷଣ ପାଇଁ ଘୋଷଣା କରିଛନ୍ତି। ଫଳରେ ଇଂଲଣ୍ଡ୍‌ର ଆର୍ଥିକ ଅଭିବୃଦ୍ଧି ଦ୍ରୁତତ୍ତର ହେବ।

ଅର୍ଥନୈତିକ କ୍ଷେତ୍ରରେ ଏହି ପୁରସ୍କାର ସର୍ବବୃହତ୍‌ ବୋଲି ମନେହେଉଥିବା କଥା ଥିଙ୍କ୍‌ ଟ୍ୟାଙ୍କ୍‌ କହିଛି।

ବିଚାରକ ଦଳର ଅଧ୍ୟକ୍ଷ ହେବେ ବ୍ଲୁମ୍‌ବର୍ଗର ଅର୍ଥନୈତିକ ମୁଖ୍ୟ ଷ୍ଟିଫାଇନ୍‌ ଫ୍ଲେଣ୍ଡର୍ସ ଏବଂ ପୁରସ୍କାର ପାଇଁ କିଛି ଅବଦାନ ଦେଉଥିବା ଖାଉଟି ଉତ୍ପାଦ କମ୍ପାନି ଜେଏମ୍‌ଏଲ୍‌ର ସଂସ୍ଥାପକ ଜନ୍‌ ମିଲ୍‌ସ୍‌। ଆଗ୍ରହୀ ପ୍ରତିଯୋଗୀମାନେ ଜାନୁଆରି ୬ ତାରିଖ ସୁଦ୍ଧା ସେମାନଙ୍କ ପ୍ରସ୍ତାବନାକୁ ୫୦୦୦ ଶବ୍ଦ ମଧ୍ୟରେ ଲେଖି ଦାଖଲ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର