ଖାଇକୁ ଭ୍ୟାନ୍‌ ଖସି ୧୩ ମୃତ

ଡେରାଡ଼ୁନ୍‌: ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ଏକ ଗଭୀର ଖାଇ ମଧ୍ୟକୁ ଭ୍ୟାନ୍‌ ଖସି ପଡ଼ିବା ଫଳରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଆଜି ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି। ୧୫ ଯାତ୍ରୀଙ୍କୁ ନେଇ ଯାଉଥିବା ଉକ୍ତ ଭ୍ୟାନ୍‌ଟି ଏକ ୨୦୦ ମିଟର ଗଭୀର ଖାଇକୁ ଖସି ପଡ଼ିବା ଫଳରେ ୧୩ ଜଣଙ୍କ ମୃତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି। ତେବେ ଦୁଇ ଜଣ ନାବାଳିକାଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି।

ସମ୍ବନ୍ଧିତ ଖବର