ସ୍ୱାଧୀନତା ଦିବସରେ ୧୪ଜଣ କଏଦୀଙ୍କୁ ଜେଲ୍‌ ଦଣ୍ଡରୁ ମୁକ୍ତ କରାଇବେ ଏହି ୧୪ବର୍ଷିୟ ବାଳକ, କିପରି ଜାଣନ୍ତୁ?

ଭୋପାଲ : ଚଳିତ ବର୍ଷର ସ୍ୱାଧୀନତା ଦିବସରେ ୧୪ ଜଣ କଏଦୀ ଜେଲ୍‌ ଦଣ୍ଡରୁ ମୁକ୍ତ କରିବାକୁ ଯାଉଛନ୍ତି । ଏହି ୧୪ଜଣ କଏଦୀଙ୍କ ପାଇଁ ଭଗବାନ ସାଜିିଛନ୍ତି ଜଣେ ୧୪ବର୍ଷିୟ ନାବାଳକ । ସ୍କଲାରସିପ୍‌ରୁ ମିଳିଥିବା ଟଙ୍କାକୁ ୧୪ଜଣ କଏଦୀଙ୍କ ପାଇଁ ଜରିମାନା ଆକାରରେ ଦେଇ ଭୋପାଲର ଆୟୁଷ କିଶୋର ଏହି କଏଦୀଙ୍କ ଦଣ୍ଡ କମ କରି ପାରିଛନ୍ତି ।

lawyer’s learning Kingdom

ସୂଚନା ମୁତାବକ,୨୦୧୬ରେ ଆୟୁଷଙ୍କୁ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଚାଇଲ୍‌ଡ଼୍‍ ଆଓ୍ଵାର୍ଡ଼ ଫର୍‌ ଏକ୍‌ସେପ୍‌ସନାଲ ଆଚିଭ୍‌ମେଣ୍ଟ ଇନ୍‌ ଏକାଡ଼େମିକ୍ସ ଆଓ୍ଵାର୍ଡ଼ ଦେଇ ସମ୍ମାନିତ କରିଥିଲେ । ଏଥିରୁ ମିଳିଥିବା ୨୭,୮୫୦ଟଙ୍କା ସେ ୧୪ଜଣ କଏଦୀଙ୍କ ପାଇଁ ଜରିମାନା ଆକାରରେ ଭରିବା ସହ ସେମାନଙ୍କୁ ମୁକ୍ତ କରିବେ ବୋଲି ଜଣାପଡ଼ିଛି । ୧୪ଜଣଙ୍କ ମଧ୍ୟରୁ ୧୨ଜଣ ଇନ୍ଦୋର ଏବଂ ୨ଜଣ ଭୋପାଲ ଜେଲ୍‌ରେ ବନ୍ଦୀ ଥିବା ଜଣା ପଡ଼ିଛି । ଏହି ୧୪ଜଣ କଏଦୀ ହତ୍ୟା ଅଭିଯୋଗରେ ଜେଲ୍‌ ଦଣ୍ଡ ଭୋଗୁଥିବା ସୂଚନା ମିଳିଛି । ଆୟୁଷଙ୍କ ଏହି କାମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ସମ୍ବନ୍ଧିତ ଖବର