୧୪ ବର୍ଷିଅ ବାଳକ ପ୍ରସ୍ତୁତ କଲେ ଆପ୍, ଗୁଗୁଲ୍ ଦେଲା ୨ଲକ୍ଷ ଟଙ୍କା ପୁରସ୍କାର
ପୁରସ୍କାର ରାଶି ଗରିବ ପିଲାଙ୍କୁ କଲେ ଦାନ
ପାଟନା: ବିହାରର ପାଟଣା ନିବାସୀ ଜଣେ ୧୪ ବର୍ଷିଅ ବାଳକ ଏକ ଆପ୍ ପ୍ରସ୍ତୁତ କରି ଗୁଗଲକୁ ପଠାଇ ପୁରସ୍କାର ଲାଭ କରିଛନ୍ତି। ଖେଳୁଥିବା ସମୟରେ ବାଳକ ଜଣକ ଏହି ଆପ୍ ତିଆରି କରି ଗୁଗଲକୁ ପଠାଇଛନ୍ତି। ନୂଆ ଆପ୍ର ପ୍ରସ୍ତୁତିରେ ଖୁସି ହୋଇ ଗୁଗଲ ୨ଲକ୍ଷ ଟଙ୍କା ପୁରସ୍କାର ବାଳକକୁ ଦେଇଛି। ବାଳକଙ୍କ ଦ୍ୱାରା ପ୍ରସ୍ତୁତ ଆପ୍କୁ କେବଳ ଗୁଗଲ ନୁହେଁ, ବରଂ ଲୋକେ ମଧ୍ୟ ଆପ୍କୁ ପସନ୍ଦ କରୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଆପ୍କୁ ପ୍ରସ୍ତୁତ କରିଛନ୍ତି ଆର୍ୟାନ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଯେ, ଆର୍ୟାନ ପୁରସ୍କାର ରାଶି ନେବାକୁ ମନା କରି ଦେଇଛନ୍ତି। ପୁରସ୍କାର ରାଶି ଘୋଷଣା କରିବା ପୂର୍ବରୁ ଆର୍ୟାନକୁ ଗୁଗଲ ପକ୍ଷରୁ ବ୍ୟାଙ୍କ ଆକାଉଣ୍ଟ ନମ୍ବର ମଗା ଯାଇଥିଲା। ଆର୍ୟାନ ପାଇଥିବା ପୁରସ୍କାର ରାଶି(୨ ଲକ୍ଷ ଟଙ୍କା) ଶିକ୍ଷା ପାଇଁ ଆବଶ୍ୟକ କରୁଥିବା ଗରିବ ପିଲାମାନଙ୍କୁ ଆର୍ୟାନ ପୁରସ୍କାର ରାଶି ଦାନ କରି ଦେଇଛନ୍ତି। ଆର୍ୟାନଙ୍କ ଏଭଳି ମହାନତା ନେଇ ପାଟନା ସହରରେ ଆଲୋଚନା ହେଉଛି।
୧୪ ବର୍ଷିଅ ଆର୍ୟାନ ରାଜ ୯ମ ଶ୍ରେଣୀର ଛାତ୍ର। ଏପ୍ରିଲରେ ସ୍କୁଲ ଛୁଟି ସମୟରେ ସେ ୩ଟି ମୋବାଇଲ ସର୍ଟକଟ, କମ୍ପ୍ୟୁଟର ସର୍ଟକର୍ଟ ଓ ହ୍ଵାଟସ୍ଅପ୍ କ୍ଳିନର ପ୍ରସ୍ତୁତ କରିଥିଲେ। ୩ଟି ଆପକୁ ସେ ଗୁଗଲ ପ୍ଲେ ଷ୍ଟୋରରେ ଅପଲୋଡ କରିବାକୁ ପଠାଇଥିଲେ। ଏହା ପରେ ସେ ନିଜର ପଢ଼ାପଢ଼ିରେ ବ୍ୟସ୍ତ ରହିଥିଲେ। ଗୁଗଲ ଆପ୍ଗୁଡ଼ିକୁ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଆପ୍ଗୁଡ଼ିକୁ ପ୍ରଶଂସା କରାଯାଇଥିଲା। ପରେ ଆପ୍ଗୁଡ଼ିକୁ ପ୍ଲେ ଷ୍ଟୋରରେ ଅପ୍ଲୋଡ କରାଯାଇଥିଲା। ଗୋଟିଏ ମାସରେ ଆର୍ୟାନଙ୍କ ଆପ୍କୁ ୧୦ହଜାର ଲୋକ ଡାଉନଲୋଡ କରିଛନ୍ତି।
-ମୋବାଇଲ ଓ କମ୍ପ୍ୟୁଟର ସର୍ଟକଟ୍ ଆପ୍: ଏହି ୨ଟି ଆପ୍ ଇଣ୍ଟରନେଟରୁ ଯେକୌଣସି ପ୍ରକାରର ଭାଇରସକୁ ଅଟକାଇ ଦେଇ ପାରିବ।
-ଭାଇରସ କ୍ଲିନର ଲାଇଟ ଆପ୍: ଏହି ହ୍ଵାଟସ୍ଆପ୍ ବ୍ୟାକଗ୍ରାଉଣ୍ଡର ରଂଗକୁ ବଦଳାଇ ଦେଇଥାଏ। ଏଥି ସହିତ ଫଟୋ ଓ ଭିଡିଓକୁ ଆସୁଥିବା ଭାଇରସ ଅଟକାଇ ପାରିବ।