ତାମିଲନାଡୁରେ ଜାତିସଂଘର୍ଷ, ୧୪୪ ଧାରା ଜାରି

ଚେନ୍ନାଇ: ତାମିଲନାଡୁ ପୁଡୁକୋଟ୍ଟାଇ ଜିଲ୍ଲାର ପୁନାମରାବଥି ବ୍ଲକରେ ଦୁଇ ନିର୍ଦିଷ୍ଟ ଜାତିର ଲୋକଙ୍କ ମଧ୍ୟରେ ସଂଘର୍ଷ ଘଟିବା ଫଳରେ ସେଠାରେ ଥିବା ୩୦ଟି ଗ୍ରାମରେ ୧୪୪ ଧାରା ଜାରି କରାଯାଇଛି। ସୂଚନା ମୁତାବକ, ଏହି ଗୋଷ୍ଠୀ ସଂଘର୍ଷ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଅଡିଓକୁ ନେଇ ହୋଇଛି। ଉକ୍ତ ଅଡିଓରେ ମୁକ୍କୁଳଥର ଜାତିର ଦୁଇ ଜଣ ବ୍ୟକ୍ତି ମୂଥାରାଇଆୟାର୍ସ ଜାତିର ମହିଳାଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ମୂଥାରାଇଆୟାର୍ସ ଜାତିର ଲୋକଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଉତ୍ୟକ୍ତ ମୂଥାରାଇଆୟାର୍ସ ଜାତିର ଲୋକେ ପୁନାମରବାଥି ସହରରେ ଗଛ କାଟିବା ସହ ଭଙ୍ଗାରୁଜା କରିଥିଲେ। ଉକ୍ତ ବିବାଦର ସମାଧାନ ପାଇଁ ତ୍ରିଚି ଡ଼ିଆଇଜି ବନିତା ଲକ୍ଷ୍ମୀ ଏବଂ ତାଞ୍ଜାଭୁର ଡିଆଇଜି ଲୋକନାଥନ ମଧ୍ୟସ୍ଥି କରି ଦୁଇ ଗୋଷ୍ଠୀ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରୁଛନ୍ତି। ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଅଖପାଖ ୩୦ ଗ୍ରାମରେ ୧୪୪ ଧାରା ଜାରି କରଯାଇଛି।

ସମ୍ବନ୍ଧିତ ଖବର