ଇଟାଲି-ଇରାନ୍‌ରେ କରୋନା ସ୍ଥିତି ସାଂଘାତିକ, ଇଟାଲିରେ ମୃତ୍ୟୁସଂଖ୍ୟା ୧୪୮କୁ ବୃଦ୍ଧି

ଇରାନ୍‌ରେ ୧୨୪, ଦକ୍ଷିଣ କୋରିଆରେ ଆକ୍ରାନ୍ତଙ୍କ ସଂଖ୍ୟା ୬,୨୮୪ ଟପିଲା

ନୂଆଦିଲ୍ଲୀ: ଚୀନ୍‌ ପରେ ଇଟାଲି ଏବଂ ଇରାନ୍‌ରେ କରୋନା ମୃତ୍ୟୁସଂଖ୍ୟା ସବୁଠୁ ଅଧିକ ରହିଛି। ଇଟାଲିରେ ମୃତ୍ୟୁସଂଖ୍ୟା ୧୪୮କୁ ବୃଦ୍ଧି ପାଇଛି ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୮୯ରେ ପହଞ୍ଚିଛି। ଇଟାଲିର ୨୦ଟି ଅଞ୍ଚଳରେ ଏବେ ଭାଇରସ୍‌ ପହଞ୍ଚିସାରିଛି। ଇଟାଲି ପ୍ରଧାନମନ୍ତ୍ରୀ ଏଭଳି ଏକ ସଙ୍କଟ ସମୟରେ ସମସ୍ତେ ମିଳିମିଶି କାମ କରିବାକୁ କହିଛନ୍ତି। ଇଟାଲିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅତି ଦ୍ରୁତ ଗତିରେ ବଢ଼ୁଥିବାରୁ ସରକାର ବୁଧବାର ସମସ୍ତ ସ୍କୁଲ୍‌ ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି। ଇରାନ୍‌ରେ ବି କରୋନା ଯୋଗୁଁ ମୃତ୍ୟୁସଂଖ୍ୟା ୧୨୪କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧,୦୦୦ଟି ନୂଆ ମାମଲା ସ୍ପଷ୍ଟ ହୋଇଛି। ସେହିପରି ୪,୭୪୭ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ଦକ୍ଷିଣ କୋରିଆରେ ଆକ୍ରାନ୍ତଙ୍କ ସଂଖ୍ୟା ୬,୨୮୪ ଟପିଯାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୪୬ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର