୧୫ ଲକ୍ଷ ଟଙ୍କା ଲୋକଙ୍କ ଆକାଉଣ୍ଟ୍‌କୁ ଯିବ ବୋଲି ବିଜେପି କେବେ କହିନାହିଁ : ରାଜନାଥ

ନୂଆଦିଲ୍ଲୀ : ପ୍ରତି ଭାରତୀୟଙ୍କ ଆକାଉଣ୍ଟ୍‌ରେ ୧୫ ଲକ୍ଷ ଟଙ୍କା ଡିପୋଜିଟ୍‌ କରିବାରେ ବିଜେପି ବିଫଳ ହୋଇଛି ବୋଲି କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ଗୁଡ଼ିକ ସମାଲୋଚନା କରୁଥିବା ବେଳେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଏକ ସାକ୍ଷାତକାରରେ କହିଛନ୍ତି ଯେ ବିଜେପି କେବେ ବି ଏଭଳି ପ୍ରତିଶ୍ରୁତି ‌ଦେଇନଥିଲା । ତେବେ କଳାଧନ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଥିଲା ଏବଂ ତାହା ମଧ୍ୟ କାର୍ଯ୍ୟକାରୀ ହୋଇଛି ବୋଲି ରାଜନାଥ କହିଛନ୍ତି।

ସମ୍ବନ୍ଧିତ ଖବର