ଚଳନ୍ତା ଟ୍ରେନ୍‌ରେ ଓହଳି ସେଲ୍‌ଫି ନେବା ହେଲା କାଳ, ବିପରୀତି ଦିଗରୁ ଆସିଥିବା ଟ୍ରେନ୍‌ରେ ମାଡ଼ ହୋଇ ପ୍ରାଣ ହରାଇଲେ ନାବାଳକ

କୋଲକାତା: ସେଲ୍‌ଫି ନେଉଥିବା ସମୟରେ ଦୁର୍ଘଟଣା ଘଟିବାର ଖବର କିଛି ନୂଆ କଥା ନୁହେଁ । ବିଗତ ଅତୀତରେ ଏପରି ଅନେକ ଘଟଣା ଘଟିଛି ଏବଂ ଏ ନେଇ ଲୋକମାନଙ୍କୁ ସଚେତନ ମଧ୍ୟ କରାଯାଇଛି । ସେଲ୍‌ଫି ପାଇଁ ଦୁର୍ଘଟଣା ଘଟୁଥିବାରୁ ଅନେକ ଦର୍ଶନୀୟ ସ୍ଥାନରେ ସେଲ୍‌ଫିକୁ ବ୍ୟାନ୍‌ କରାଯାଇଛି । କିନ୍ତୁ ତଥାପି କିଛି ପିଲା ସେଲ୍‌ଫି ନିଶାରେ ଆସି ନିଜ ଜୀବନ ହରାଉଛନ୍ତି । ଟ୍ରେନ୍‌ରେ ବା ଟ୍ରେନ୍‌ ସହ ସେଲ୍‌ଫି ନେଉଥିବା ସମୟରେ ଦୁର୍ଘଟଣା ଘଟିବାର ଖବର ଅନେକ ଆସିଥିବା ବେଳେ କୋଲକାତାରେ ଜଣେ ୧୫ବର୍ଷୀୟ ନାବାଳକ ସେଭଳି ଏକ ଦୁର୍ଘଟଣାର ଶିକାର ହୋଇଥିବା ଜଣା ପଡ଼ିଛି ।

Indiatimes.com

ସୂଚନା ମୁତାବକ, ୧୫ବର୍ଷୀୟ ବିଶ୍ୱଜିତ୍‌ ତୁରୀ ଟ୍ରେନ୍‌ରେ ଯାଉଥିବା ବେଳେ ଚଳନ୍ତା ଟ୍ରେନ୍‌ରୁ ଓହଳି ସେଲ୍‌ଫି ନେବାରେ ଲାଗିଥିଲେ । ସେଲ୍‌ଫି ନିଶାରେ ବିପରୀତ ଦିଗରୁ ଆସୁଥିବା ଟ୍ରେନ୍‌ ମଧ୍ୟ ତାଙ୍କୁ ଦିଶି ନଥିଲା । ଯାହାଦ୍ୱାରା ବିପରୀତ ଦିଗରୁ ଆସୁଥିବା ଟ୍ରେନ୍‌ ମାଡ଼ରେ ବିଶ୍ୱଜିତ୍‌ ପ୍ରାଣ ହରାଇଥିଲେ । ଦୁର୍ଘଟଣା ପରେ ତାଙ୍କୁ ଡ଼ାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସମ୍ବନ୍ଧିତ ଖବର