ବର୍ଷା ଓ ଭୂସ୍ଖଳନ ଯୋଗୁଁ ମାନସରୋବର ଯାତ୍ରା ବାଧାପ୍ରାପ୍ତ; ଅଟକିଛନ୍ତି ୧୫୦୦ ତୀର୍ଥଯାତ୍ରୀ, ବୈଦେଶିକ ମନ୍ତ୍ରାଳୟ ଜାରିକଲା ହେଲପ୍‌ଲାଇନ ନମ୍ବର

ନୂଆଦିଲ୍ଲୀ: ପ୍ରବଳ ବର୍ଷା ଓ ଭୂସ୍ଖଳନ କାରଣରୁ ଚଳିତ ବର୍ଷର ପ୍ରସିଦ୍ଧ ମାନସରୋବର ଯାତ୍ରା ବାଧାପ୍ରାପ୍ତ ହୋଇଛି। ମାନସରୋବର ଯାତ୍ରାରେ ଯାଇଥିବା ପ୍ରାୟ ୧୫୦୦ ତୀର୍ଥଯାତ୍ରୀ ପ୍ରବଳ ବର୍ଷା ଓ ଭୂସ୍ଖଳନ କାରଣରୁ ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି।

ବାଟରେ ଅଟକ ରହି ଯାଇଥିବା ତୀର୍ଥଯାତ୍ରୀମାନଙ୍କୁ ଉଦ୍ଧାର କରିବା, ଏବେ ବୈଦିଶିକ ମନ୍ତ୍ରାଳୟ ପାଇଁ ଚିନ୍ତାର କାରଣ ପାଲଟିଛି। ପାଗ ରହିଥିବା କାରଣରୁ ଅଟକ ଯାତ୍ରୀମାନଙ୍କୁ ଉଦ୍ଧାର ପାଇଁ ହେଲିକପ୍ଟରର ମଧ୍ୟ ବ୍ୟବହାର କରାଯାଇ ପାରୁନାହିଁ।


କୈଳାଶ ମାନସରୋବର ରାସ୍ତାର ନେପାଳଗଞ୍ଜ- ସିମିକୋଟ- ହିଲସା ରୁଟ୍‌ରେ ଏହି ସମସ୍ତ ଯାତ୍ରୀ ଅଟକି ରହିଥିବା ଜାଣିବାକୁ ମିଳିଛି। ନେପାଳର ରାଜଧାନୀ କାଠମାଣ୍ଡୁରେ ଥିବା ଭାରତୀୟ ଦୂତାବାସ ସୂତ୍ରରୁ ପ୍ରକାଶ ସିମିକୋଟରେ ୫୨୫, ହିଲସାରେ ୫୫୦ ତୀର୍ଥଯାତ୍ରୀ ଅଟକ ରହିଥିବା ବେଳେ ତିବ୍ଦତ ପଟେ ପ୍ରାୟ ୫୦୦ ତୀର୍ଥଯାତ୍ରୀ ଅଟକ ରହିଛନ୍ତି।


ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଅଟକ ତୀର୍ଥଯାତ୍ରୀଙ୍କ କଥା ବୁଝିବା ପାଇଁ ସ୍ୱତନ୍ତ୍ର ଅଧିକାରୀମାନଙ୍କୁ ନେପାଳଗଞ୍ଜ ଓ ସିମିକୋଟ ପଠାଯାଇଛି। ଅଟକ ତୀର୍ଥଯାତ୍ରୀଙ୍କ ସଂପର୍କରେ ସେମାନଙ୍କ ସଂପର୍କୀୟମାନଙ୍କୁ ସୂଚନା ପ୍ରଦାନ ପାଇଁ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏକାଧିକ ହେଲପ୍‌ଲାଇନ୍‌ ନମ୍ବରର ପ୍ରଚଳନ କରାଯାଇଛି।

Hotline Numbers

Pranav Ganesh, first secretary (consular) – +977-9851107006
Tashi Khampa, second secretary (consular) – +977-9851155007
Tarun Raheja, attache (consular) – +977-9851107021
Rajesh Jha, aso (community welfare) – +977-9818832398, +977-9851165140
Yogananda (hotline – Kannada) – +977-9823672371
Pindi Naresh (hotline – Telugu) – +977-9808082292
R Murugan (hotline – Tamil) – +977-9808500642

ସମ୍ବନ୍ଧିତ ଖବର