କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ଶପଥ ନେଲେ ୧୭ ନୂଆ ମନ୍ତ୍ରୀ

ବେଙ୍ଗାଲୁରୁ: ବି ଏସ୍‌ ୟେଦୁରପ୍ପା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ଦୀର୍ଘ ୨୫ ଦିନ ପରେ ଆଜି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। ପ୍ରଥମ କ୍ୟାବିନେଟ୍‌ ସମ୍ପ୍ରସାରଣରେ ୧୭ ଜଣ ମନ୍ତ୍ରୀ ସାମିଲ ହୋଇଛନ୍ତି। ରାଜ୍ୟପାଳ ବଜୁଭାଇ ବାଲା ୧୭ ନୂଆ ମନ୍ତ୍ରୀଙ୍କୁ ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବ କାର୍ଯ୍ୟକ୍ରମରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମନ୍ତ୍ରୀମାନଙ୍କ ମଧ୍ୟରେ ୧୨ ଜଣ ବରି‌ଷ୍ଠ ଓ ୫ ନୂଆ ମୁହଁ ଅଛନ୍ତି। ଲିଙ୍ଗାୟତ ସମ୍ପ୍ରଦାୟକୁ ବିଜେପି ଯଥେଷ୍ଟ ଗୁରୁତ୍ବ ଦେଇଛି। ୟେଦୁରପ୍ପାଙ୍କ ସମେତ ଲିଙ୍ଗାୟତ ସମ୍ପ୍ରଦାୟର ୭ ଜଣଙ୍କୁ ମନ୍ତ୍ରୀ ପଦରେ ରଖାଯାଇଛି। ସେହିପରି ବେଙ୍ଗାଲୁରୁକୁ ମଧ୍ୟ ସିଂହ ଭାଗ ଦେଇ ଏହି ସହରରୁ ୪ ଜଣ ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି। ଭୁଲ୍‌ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜେପି ନେତା ମଧୁ ସ୍ବାମୀ ନାମକ ଜଣେ ବିଜେପି ନେତା ଆଜି ନୂଆ ମନ୍ତ୍ରୀ ଭାବେ ଶପଥ ‌ନେବାବେଳେ ଏକ ଭୁଲ୍‌ କରିଦେଇଥିଲେ। ମନ୍ତ୍ରୀ ଭାବେ ଶପଥ ନେବା ବଦଳରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଦେଖିବାକୁ ମିଳିଥିଲା। ଏହାପରେ ପରିସ୍ଥିତିକୁ ହାଲୁକା କରିବା ପାଇଁ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ସ୍ବାମୀଙ୍କୁ ଆଲିଙ୍ଗନ କରିନେଇଥିଲେ।

ସମ୍ବନ୍ଧିତ ଖବର