ବ୍ରିଟିଶ ଜାହାଜରେ ଅଟକି ରହିଥିବା ୧୮ ଭାରତୀୟଙ୍କ ମୁକ୍ତି ପାଇଁ ବୈଦେଶିକ ମନ୍ତ୍ରାଳୟର ଉଦ୍ୟମ

ନୂଆଦିଲ୍ଲୀ: ଇରାନକୁ ନେଇ ଉପସାଗରୀୟ ଅଞ୍ଚଳରେ ଉତ୍ତେଜନା ଦିନକୁ ଦିନ ବଢିବାରେ ଲାଗିଛି । ଶୁକ୍ରବାରଦିନ ଇରାନ ବ୍ରିଟେନର ଏକ ତୈଳବାହୀ ଜାହଜକୁ ଜବତ କରିବା ପରେ ଉତ୍ତେଜନା ଆହୁରି ବଢିଯାଇଛି । ଷ୍ଟ୍ରେଟ ଅଫ ହର୍ମୁଜଠାରେ ଥିବା ଏହି ବ୍ରିଟିଶ ଜାହାଜ ଏକ ଇରାନୀୟ ମାଛମରା ବୋଟ ସହିତ ମୁହାଁମୁହିଁ ହେବା ପରେ ଇରାନର ନୌସେନା ଏହି ଜାହାଜକୁ ଜବତ କରି ଇରାନର ବନ୍ଦର ଆବ୍ଦାସକୁ ନେଇ ଯାଇଛନ୍ତି ।

ଇରାନର ଏହି କାର୍ଯ୍ୟକୁ ବ୍ରିଟିଶ ବୈଦେଶିକ ସଚିବ ଜେରେମୀ ହଣ୍ଟ ନିନ୍ଦା କରିବା ସହ ମୁକ୍ତଭାବେ ଅନ୍ତର୍ଜାତୀୟ ଜଳରାଶିରେ ଜାହଜଗୁଡ଼ିକୁ ଚଳାଚଳ କରିବାକୁ ଦିଆଯାଉ ବୋଲି କହିଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜବତ ହୋଇଥିବା ଏହି ଜାହାଜ ‘ଷ୍ଟେନା ଇମ୍ପେରୋ’ ରେ ଥିବା ମୋଟ ୨୩ ଜଣ କର୍ମଚାରୀଙ୍କ ମଧ୍ୟରୁ ୧୮ ଜଣ ଭାରତୀୟ । ଏହାକୁ ନେଇ ଭାରତ ସରକାର ସକ୍ରିୟ ହୋଇଯାଇଛନ୍ତି । ଏହି ଭାରତୀୟଙ୍କୁ ନିରାପଦରେ ଖଲାସ କରିବାକୁ ଭାରତ ସରକାର ଇରାନ ସହ ଯୋଗାଯୋଗରେ ଅଛନ୍ତି ବୋଲି ଭାରତୀୟ ବୈଦେଶିକ ମନ୍ତ୍ରାଳୟ କହିଛି ।

ସମ୍ବନ୍ଧିତ ଖବର