ବାଂଲାଦେଶ: ୨୨ ମହଲା କୋଠାରେ ନିଆଁ ଲାଗି ୧୯ ମୃତ, ୬୫ ଗୁରୁତର

ଢାକା: ବାଂଲାଦେଶର ରାଜଧାନୀ ଢାକାରେ ଗୁରୁବାର ଏକ ୨୨ ମହଲା କୋଠାରେ ନଆଁ ଲାଗିବାରୁ ୧୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ରିପୋର୍ଟ ଲେଖାଯିବା ବେଳକୁ ୬୫ ଜଣ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ବିଭିନ୍ନ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ବନାନୀ ଅଚଂଳରେ ଥିବା ଏଫ୍‌ଆର୍‌ ଟାଓ୍ଵାରରେ ନିଆଁ ଲାଗିଛି।

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆଜି ଅପରାହ୍ଣ ୧ଟାରେ କୋଠାର ୮ମ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡ ସଂପର୍କରେ ଏଯାଏଁ ଜଣା ପଡ଼ି ନଥିବା ବେଳ ସୂଚନା ମିଳିବା ପରେ ଦମକଲ ବାହିନୀ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର