ତେଲେଙ୍ଗାନାରେ ଦ୍ୱାଦଶ ପାରୀକ୍ଷାରେ ଅସଫଳ ହେବାରୁ ୨୦ଜଣ ଛାତ୍ର-ଛାତ୍ରୀ ଆତ୍ମହତ୍ୟା କରିବା ପରେ ପୁନଃମୂଲ୍ୟାଙ୍କନ ପାଇଁ ଆଦେଶ ଦେଲେ ସରକାର

ହାଇଦ୍ରାବାଦ୍‌ : ଏପ୍ରିଲ ୧୮ରେ ତେଲେଙ୍ଗାନାରେ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ଘୋଷଣା କରାଯାଇଥିଲା । ଫଳ ଘୋଷଣା ହେବା ପରେ ୯.୫ଲକ୍ଷ ଛାତ୍ର-ଛାତ୍ରୀଙ୍କ ମଧ୍ୟରୁ ୩ଲକ୍ଷ ଛାତ୍ର-ଛାତ୍ରୀ ଅସଫଳ ହୋଇଥିଲେ । ଏହି ସଂଖ୍ୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ତେଲେଙ୍ଗାନାରେ ୨୦ଜଣ ଛାତ୍ର-ଛାତ୍ରୀ ଆତ୍ମହତ୍ୟା କରିବା ଘଟଣା ଏବେ ଚିନ୍ତାର ବିଷୟ ପାଲଟିଛି । ପରୀକ୍ଷାରେ ଅସଫଳ ହେବା ଦୁଃଖରେ ଛାତ୍ର-ଛାତ୍ରୀମାନେ ଆତ୍ମହତ୍ୟା କରୁଥିବା ଦେଖି ତେଲେଙ୍ଗାନା ସରକାର ପୁନଃମୂଲ୍ୟାଙ୍କନ ପାଇଁ ଆଦେଶ ଦେଇଛନ୍ତି ।

Elets Technomedia

ସୂଚନା ମୁତାବକ, ଏତେ ସଂଖ୍ୟାକ ପିଲା ଅସଫଳ ହେବା ପରେ ସେମାନଙ୍କ ମାତା-ପିତା ଏ ନେଇ ଅଭିଯୋଗ ଆଣିଥିଲେ । ଖାତା ଦେଖାରେ କିଛି ଭୁଲ ରହିଛି ବୋଲି ସେମାନେ ପୁନଃମୂଲ୍ୟାଙ୍କନ କରାଯାଉ ବୋଲି ଦାବି କରିଥିଲେ । ଯାହା ପରେ ତେଲେଙ୍ଗନା ସରକାର ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରରାଓ ଏବଂ ଶିକ୍ଷାମନ୍ତ୍ରୀ ଜି.ଜଗ୍‌ଦିଶ୍ୱରଙ୍କ ସହ ବୈଠକ କରି ପୁନଃମୂଲ୍ୟାଙ୍କନ ପାଇଁ ଆଦେଶ ଦେଇଛନ୍ତି । ଏହା ସହ ପୁନଃମୂଲ୍ୟାଙ୍କନ ମାଗଣାରେ କରାଯିବ ବୋଲି ଜଣା ପଡ଼ିଛି । ଚଳିତ ବର୍ଷ ଏକ ସପ୍ଟଓୟାର କମ୍ପାନୀକୁ ଖାତା ଦେଖା ଦାୟିତ୍ୱ ଦିଆଯାଇଥିବାରୁ ଏଭଳି ଭୁଲ ହୋଇଥିବା ଅଭିଯୋଗ ଆଣିଛନ୍ତି ଛାତ୍ର-ଛାତ୍ରୀଙ୍କ ମାତା-ପିତା ।

ସମ୍ବନ୍ଧିତ ଖବର