ନୂଆଦିଲ୍ଲୀ: ଫିଲାଡେଲ୍ଫିଆସ୍ଥିତ ବୋଇଙ୍ଗ୍ କାରଖାନାରେ ଯୁକ୍ତରାଷ୍ଟ୍ର ଆମେରିକା ପାଇଁ ଥିବା ଭାରତୀୟ ରାଷ୍ଟ୍ରଦୂତ ହର୍ଷ ଶ୍ରୀଙ୍ଗଲାଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ‘ଇଣ୍ଡିଆ-ଚିନୁକ୍ ଟ୍ରାନ୍ସ୍ଫର୍ ସେରିମନି’ରେ ଭାରତକୁ ପ୍ରଥମ ଚିନୁକ୍ ହେଲିକପ୍ଟର ହସ୍ତାନ୍ତର କାରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ବୃଦ୍ଧି ପାଉଥିବା ଶିଳ୍ପ ସହଭାଗିତାକୁ ପ୍ରଶଂସା କରିବା ସହ ବାୟୁ ଭବନର ଡିଜିଏଓ, ଏୟାର୍ ମାର୍ସାଲ୍ ଏ ଦେବ, ନିୟୁ ୟର୍କସ୍ଥିତ ଭାରତୀୟ କନ୍ସୁଲ୍ ଜେନେରାଲ୍ ସନ୍ଦୀପ ଚକ୍ରବର୍ତ୍ତୀ ମେକ୍ ଇନ୍ ଇଣ୍ଡିଆକୁ ଦେଇଥିବା ପ୍ରତିଶ୍ରୁତି ଲାଗି ବୋଇଙ୍ଗ୍କୁ ପ୍ରଶଂସା କରିଥିଲେ।
୨୦୧୫ରେ ଭାରତ ୨୨ଟି ଏଏଚ୍-୬୪ଇ ଆପାଚି ଆଟାକ୍ ଓ ୧୫ଟି ସିଏଚ୍-୪୭ଏଫ୍(୧) ଚିନୁକ୍ ଟ୍ରାନ୍ସ୍ପୋର୍ଟ ହେଲିକପ୍ଟର୍ ଲାଗି ବରାଦ ଦେଇଥିଲା। ସେଗୁଡ଼ିକ ଏ ବର୍ଷ ଦିଆଯିବ ବୋଲି ବୋଇଙ୍ଗ୍ କହିଛି। ଏ ଦୁଇ ପ୍ରକାରର ହେଲିକପ୍ଟର୍ ବିମାନ ଜଗତ୍ରେ ସମ୍ପୂର୍ଣ୍ଣ ନୂଆ ମଡେଲ୍। ଏହା ଭାରତୀୟ ବାୟୁସେନାର ହେଲିକପ୍ଟର୍ ବାହିନୀର ଆଧୁନିକୀକରଣ କରିବ ବୋଲି ଆଶା କରାଯାଉଛି।