ସେପ୍ଟେମ୍ବରରେ ପହଞ୍ଚିବ ପ୍ରଥମ ରାଫେଲ ବିମାନ

ନୂଆଦିଲ୍ଲୀ : ଆସନ୍ତା ସେପ୍ଟେମ୍ବର ମାସରେ ଭାରତରେ ପ୍ରଥମ ରାଫେଲ ବିମାନ ପହଞ୍ଚିବ ବୋଲି ଭାରତୀୟ ବାୟୁସେନା ସ୍ପଷ୍ଟ କରିଛି । ଫ୍ରାନ୍ସରେ ହିଁ ଏହି ବିମାନର ଡେଲିଭରୀ ନିଆଯିବ ଓ ଏହାପରେ ତାହାକୁ ଭାରତ ଅଣାଯିବ । ପରବର୍ତ୍ତି ସମୟରେ ଅଧିକ ସଂଖ୍ୟକ ରାଫେଲ ବିମାନ ଆସିଲେ ଏଗୁଡ଼ିକୁ ହରିୟାନାର ଅମ୍ବାଲା ଓ ପଶ୍ଚିମବଙ୍ଗର ହାସିମପୁରାଠାରେ ମୃତୟନ କରାଯିବାର ସମ୍ଭାବନା ରହିଛି ।

ଗତ ଡିସେମ୍ବର ମାସରେ ସରକାର ମୋଟ ରାଶିର ୨୫ ପ୍ରତିଶତ ପେମେଣ୍ଟ ଫ୍ରାନ୍ସ ସରକାରଙ୍କୁ କରିଛନ୍ତି । ଏହି ଚୁକ୍ତି ଭାରତ ଓ ଫ୍ରାନ୍ସ ସରକାରଙ୍କ ମଧ୍ୟରେ ହୋଇଥିବାରୁ ଭାରତ ସରକାର ଫ୍ରାନ୍ସ ସରକାରଙ୍କୁ ଅର୍ଥ ପ୍ରଦାନ କରିଛନ୍ତି । ଫ୍ରାନ୍ସ ସରକାର ଏହି ଅର୍ଥ ଡାସାଁ ଆଭିଏସନକୁ ପ୍ରଦାନ କରିବେ । ଏ ସଂପର୍କରେ ନ୍ୟୁଜ ଏଜେନ୍ସି ଏଏନଆଇ ଏକ ରିପୋର୍ଟ ପ୍ରକାଶ କରିଛି ।

ମୋଦି ସରକାର ୨୦୧୬ରେ ୩୬ଟି ରାଫେଲ ବିମାନ ଯୋଗାଇବା ପାଇଁ ୫୯ ହଜାର କୋଟି ଟଙ୍କାର ଏକ ଚୁକ୍ତି କରିଥିଲେ । ଏହି ଚୁକ୍ତି ଫ୍ରାନ୍ସ ସରକାରଙ୍କ ସହ ହୋଇଥିଲା ।

ସମ୍ବନ୍ଧିତ ଖବର