ଭାରତ ସୀମାରୁ ଜବତ ହେଲା ମହାବଳ ବାଘର ଛାଲ ସହ ହାଡ

ଗୌହାଟୀ: ବନ ବିଭାଗର ସ୍ପେଶାଲ ଟାସ୍କ ଫୋର୍ସ ଆସାମର ହସିମରା ଅଞ୍ଚଳରୁ ଦୁଇ ଜଣ ଅନ୍ତରାଷ୍ଟ୍ରୀୟ ପଶୁ ଚମଡା ବେପାରୀଙ୍କୁ ଗିରଫ କରିଛି | ଏମାନଙ୍କ ନିକଟରୁ ମହାବଳ ବାଘର ଚମଡା ସହ ହାଡ ଜବତ କରିଛି | ଏହି ବାଘ ଛାଲ ୮ ମାସ ପୁରୁଣା ବୋଲି ଜଣାପଡିଛି | ବନ ବିଭାଗ ପକ୍ଷରୁ ପକ୍ଷରୁ କୁହାଯାଇଛି ଯେ ହସିମରା ଅଞ୍ଚଳରେ ବିପୁଳ ବଣ୍ୟ ଜନ୍ତୁଙ୍କର ଚମଡା ଓ ହାଡ ପଡୋଶୀ ଦେଶକୁ ଚାଲାଣ ହେଉଥିବାର ସୂଚନା ମିଳିଥିଲା |

ଯାହାକୁ ନେଇ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା | ଏହି ଟିମ ଦୁଇ ଜଣ ଚମଡା ବେପାରୀଙ୍କୁ ଗିରଫ କରିଥିଲା | ଏମାନଙ୍କ ପାଖରୁ ୧୪ ଫୁଟ ଲମ୍ବର ବାଘ ଚମଡା ସହ ୧୧୦ଟି ହାଡ ଜବତ କରାଯାଇଛି | ଏହି ପୁରୁଷ ବାଘର ୮ ମାସ ତଳେ ଶିକାର କରାଯାଇଥିଲା | ତେବେ ଏହି ଘଟଣା ପଛରେ କେଉଁ ଶିକାରୀମାନଙ୍କର ହାତ ରହିଛି ତାହାକୁ ନେଇ ବନ ବିଭାଗ ଏବେ ଛାନଭିନ ଚଳାଇଛି |

ସମ୍ବନ୍ଧିତ ଖବର